fbpx
BSKY SKY
BSKY SKY

ହାଇହିଲ୍ ପିନ୍ଧି ମହିଳା ସୈନ୍ୟ କରୁଛନ୍ତି ପରେଡ୍, ଫଟୋ ଦେଖି ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ବର୍ଷିଲେ ସାଧାରଣ ଜନତା

BSKY

ୟୁକ୍ରେନ୍: ହାଇହିଲ୍ ପିନ୍ଧି ୟୁକ୍ରେନ୍ ର ମହିଳା ମାନେ କଲେ ପରେଡ୍ । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏଥିରେ ମହିଳା ସୈନ୍ୟ ମାନେ ହାଇହିଲ୍ ପିନ୍ଧି ମାର୍ଚ କରୁଥିବା ନଜର ଆସିଛନ୍ତି । ଏହି ଫଟୋ ସାମନାକୁ ଆସିବା ପରେ ସବୁଆଡ଼େ ଏବେ ୟୁକ୍ରେନ୍ ର ଏହି ମହିଳା ସୈନ୍ୟଙ୍କ ଚର୍ଚ୍ଚା ହେଉଛି । ବାସ୍ତବରେ ଆସନ୍ତା ମାସରେ ୟୁକ୍ରେନ୍ ନିଜର ୩୦ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଯେଉଁଥି ପାଇଁ ଏହି ମହିଳା ସୈନ୍ୟ ମାନେ ପୂର୍ବ ପ୍ରସ୍ତୁତି କରୁଛନ୍ତି । ସେମାନେ ମଇଦାନ୍ ରେ ପରେଡ୍ ଅଭ୍ୟାସ କରୁଛନ୍ତି । ଆଉ ଏହାର କିଛି ଫଟୋ ୟୁକ୍ରେନ୍ ର ପ୍ରତିରକ୍ଷା ମନ୍ତ୍ରାଳୟ ସେୟାର କରିଛନ୍ତି । ଏଥିରେ ସୈନ୍ୟ ମାନେ କଳା ରଙ୍ଗର ହାଇହିଲ୍ ପିନ୍ଧିଥିବା ଦେଖିବାକୁ ମିଳିଛି ।

ପ୍ରତିରକ୍ଷା ମନ୍ତ୍ରାଳୟର ଅଫିସିଆଲ୍ ସାଇଟ୍ ରେ ଏହି ଫଟୋକୁ ସେୟାର୍ କରାଯାଇ ଉଲ୍ଲେଖ କରାଯାଇଛି ଯେ, “ଆଜି ପ୍ରଥମ ଥର ପାଇଁ ହାଇହିଲ୍ ସହିତ ପ୍ରଶିକ୍ଷଣ ହେଉଛି । ଏହା ସେନାଙ୍କ ଜୋତା ତୁଳନାରେ ଟିକେ କଠିନ ସତ କିନ୍ତୁ ଆମେ ପ୍ରୟାସ କରୁଛୁ” । ତେବେ ମନ୍ତ୍ରାଳୟର ଏହି ପୋଷ୍ଟ ଏବେ ତାଙ୍କ ଉପରେ ହିଁ ଭାରି ପଡ଼ିଯାଇଛି । ଲୋକମାନେ ଓଲଟା ଆରୋପ ଲଗାଇଛନ୍ତି ଯେ, ଏପରି କରି ସରକାର ମହିଳା ମାନଙ୍କୁ ଯୌନ ଶୋଷଣ କରୁଛନ୍ତି । ଏପରିକି ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ସେକ୍ସିଜିମ୍ ଓ ମିସୋଜିନୀର ଅଭିଯୋଗ ଲଗାଯାଉଛି ।

ସୋସିଆଲ୍ ମିଡିଆରେ ୟୁଜର୍ସ ମାନଙ୍କ ବ୍ୟତୀତ ସଂସଦର ମନ୍ତ୍ରୀ ମାନେ ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ଅପିଲ୍ କରିଛନ୍ତି । ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ପେଟ୍ରୋ ପୋରୋଶେଙ୍କୋଙ୍କ ନେତାମାନେ ଚପଲ ନେଇ ସଂସଦରେ ପହଞ୍ଚି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପରେଡ ପାଇଁ ହାଇ ହିଲ୍ ପିନ୍ଧିବାକୁ କହିଥିଲେ। ହାଇ ହିଲ୍ ପିନ୍ଧିବାର ଅସୁବିଧା ବିଷୟରେ ଆଲୋଚନା କରି ଜଣେ ନେତା କହିଛନ୍ତି, ଏପରି କ୍ଷତିକାରକ ଏବଂ ମୂର୍ଖ ଧାରଣା କଳ୍ପନା କରିବା ମଧ୍ୟ କଷ୍ଟକର।

Get real time updates directly on you device, subscribe now.