fbpx

ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କଲା ପାରାଦ୍ୱୀପ: ଚଳିତ ବର୍ଷ ସବୁ ରେକର୍ଡ କାଟିଲା

ପାରାଦ୍ୱୀପ: ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ କଲା ପାରାଦ୍ୱୀପ ବନ୍ଦର। ଚଳିତ ବର୍ଷ ୧୨୨ ଦିନରେ ୫୦.୧୬ ନିୟୁତ ଟନ ପଣ୍ୟ କାରବାର କରି ନୂଆ ରେକର୍ଡ ସୃଷ୍ଟି କରିଛି ପାରଦ୍ୱୀପ ବନ୍ଦର । ପୂର୍ବରୁ ଲଗାତର ପ୍ରଥମ ହେଉଥିଲା ଗୁଜୁରାଟ ଦୀନଦୟାଲ ପୋର୍ଟ। ଚଳିତ ବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାରରେ ଦେଶର ପ୍ରଥମ ହୋଇଛି ।

ସେହିପରି ଚଳିତବର୍ଷ ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର ହୋଇଥିବା ସୂଚନା ରହିଛି। ଚଳିତ ଏପ୍ରିଲରେ ୮ଥର ପାଇଁ ୧୦୦ ନିୟୁତ ଟନ୍ ଟପିଥିଲା । ଏଥର ପଣ୍ୟ କାରବାରେ ପାରାଦୀପ ବନ୍ଦର ସମସ୍ତ ରେକର୍ଡ ଭାଙ୍ଗିଛି ।

Get real time updates directly on you device, subscribe now.