fbpx
BSKY
BJD SHG SKY
BJD YOUTH SKY

ପରୀ ହତ୍ୟା ମାମଲା: ୩ ଜଣଙ୍କୁ ଉଠାଇନେଲା ଏସଆଇଟି

ନୟାଗଡ଼, ୧୯ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଘଟଣାରେ ଆଜି ଏସଆଇଟି ୩ ଜଣଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ତେବେ ସେମାନଙ୍କୁ ଅଜ୍ଞାତ ସ୍ଥାନରେ ଏସଆଇଟି ଜେରା କରୁଥିବା ଜଣାପଡ଼ିଛି ।

ସକାଳୁ ଏସଆଇଟିର ୧୦ ଜଣ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇ ନେଇଛି । ସେମାନଙ୍କ ମଧ୍ୟରେ ସରୋଜ ସେଠୀ, ତାଙ୍କ ମା ଓ ଭଉଣୀ ରହିଛନ୍ତି । ଏସଆଇଟି ତରଫରୁ ପୂର୍ବରୁ ସରୋଜଙ୍କୁ ଜେରା କରାଯାଇଥଲା । ତେବେ ସରୋଜ ଏସଆଇଟି ନାଁରେ ସାଂଘାତିକ ଅଭିଯୋଗ କରିଥିଲେ । ଏସଆଇଟି ମୁଖ୍ୟ ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିକଥା କଥା ପ୍ରକାଶ କରିଥିଲେ । ସରୋଜ ହେଉଛନ୍ତି ପରି ପରିବାରର ପଡ଼ୋଶୀ ଓ ତାଙ୍କ ଘର ନିକଟରୁ ପରୀର ଶବ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.