fbpx

ଆସନ୍ତାକାଲିକୁ ଘୁଞ୍ଚିଲା ବହୁଚର୍ଚ୍ଚିତ ‘ପରୀ’ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଯାଇଛି । ପରୀ’ର ମା’ ନ୍ୟାୟ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ପକ୍ଷର ବରିଷ୍ଠ ଓକିଲ ମହେଶ ଜେଠମାଲାନୀଙ୍କ ଯୁକ୍ତି ଅଦାଲତ ଶୁଣିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ସେମାନେ କାହିଁକି ହୋଇଛନ୍ତି ବୋଲି ଜଣାଇଛନ୍ତି ଜେଠମାଲାନୀ । ସବୁ ଯୁକ୍ତି ଶୁଣିବା ପରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ କପି ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେଣୁ ରାୟ କପି ପାଇବା ପରେ ଆସନ୍ତାକାଲି ଏଷହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ମାସ ୧୩ ତାରିଖରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରୀ’ର ମା’ ସୌଦାମିନୀ । ଘଟଣାର ସିବିଆଇ ତଦନ୍ତ ନେଇ ଦାବି ବାଢ଼ିଥିଲେ ।

Get real time updates directly on you device, subscribe now.