fbpx

ପରୀ ଘଟଣା: ବ୍ରେନମ୍ୟାପିଂ ଆବେଦନର ଶୁଣାଣି ଆଜି

ନୟାଗଡ଼, ୧୩ା୧ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ବ୍ରେନମ୍ୟାପିଂ ଶୁଣାଣି କରାଯିବ । ତେବେ ଏହି ଶୁଣାଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ବୋଲି ଜଣାପଡ଼ିଛି ।

ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ କରାଯିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ନାବାଳକ ରାଜି ନ ହେବାରୁ ବ୍ରେନମ୍ୟାପିଂ କରିବା ପାଇଁ ଏସଆଇଟି ଆବେଦନ କରିଥିଲା । ତେବେ ନାବାଳକ ବର୍ତ୍ତମାନ ଅନୁଗୁଳ ଜିଲ୍ଲାର ବାଳସୁଧାର ଗୃହରେ ରହିଥିବା ବେଳେ ବ୍ରେନମ୍ୟାପିଂ ଶୁଣାଣି ପରିପ୍ରେକ୍ଷୀରେ ତାକୁ ନୟାଗଡ଼ ଅଣାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.