ପୁରୀ: ୨୦୨୬ ଘୋଷଯାତ୍ରା ବେଳକୁ ସମ୍ପୂର୍ଣ୍ଣ ହେବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ । ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ମୁଖ୍ୟ ପ୍ରଶାସକ ରବିନ୍ଦ୍ର ପାଢ଼ୀଙ୍କ ସୂଚନା ।
ଗୁଣ୍ଡିଚା ମନ୍ଦିର ରୋଷ ଘର ଉନ୍ନତିକରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏବେଠୁ କାମ ହେଲେ ୨୦୬୬ ଘୋଷଯାତ୍ରା ବେଳକୁ କାମ ସମ୍ପୂର୍ଣ୍ଣ ହେବ ।
ଚଳିତ ବର୍ଷର ନୀଳାଦ୍ରି ବିଜେ ସରିଲେ ରୋଷ ଘର କାମ ଆରମ୍ଭ ହେବ । ପରିକ୍ରମା ପ୍ରକଳ୍ପ କାମ ପାଖାପାଖି ସରିଛି; ଆଉ କିଛି ବାକି ରହିଯାଇଛି ।
ଠିକ ଭାବେ କାମ ସାରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କୁହାଯାଇଛି ।