fbpx

ବାହାଘରକୁ ମାତ୍ର ସପ୍ତାହେ ବାକି ଥିବା ବେଳେ କାହିଁକି ରାଗୁଛନ୍ତି ପରିଣୀତି, ଆସନ୍ତୁ ଜାଣିବା କାରଣ

ମୁମ୍ବାଇ: ପରିଣୀତି ଓ ରାଘବ ଚଢା ସେପ୍ଟେମ୍ବର୨୪ ତାରିଖରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି । ପରିଣୀତି ଓ ରାଘବ ଏକ ବଡ ୱେଡିଂ ସେଲିବ୍ରେସନର ପ୍ରସ୍ତୁତି କରୁଛନ୍ତି ଯାହା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଉଦୟପୁରର ତାଜ ଲୀଳା ପ୍ୟାଲେସରେ ଏମାନଙ୍କ ବିବାହ ସମାରୋହ ଆୟୋଜିତ ହେବ । ଏହି ବିବାହ ସମାରୋହ ୨ ଦିନ ପର୍ଯ୍ୟନ୍ତ ଆୟୋଜନ ହେବ । ୨୩ ସେପ୍ଟେମ୍ବରରେ ୱେଲକମ୍ ଲଞ୍ଚ ସହିତ ଏମାନେ ବିବାହ ଉତ୍ସବର ଆରମ୍ଭ କରିବେ ।

ପରିଣୀତି ଓ ରାଘବ ସେମାନଙ୍କ ୱେଲକମ୍ ଲଞ୍ଚର ନାମ ରଖିଛନ୍ତି ଗ୍ରେନ୍ସ ଅଫ୍ ଲଭ୍ । ତେବେ ବିବାହର ଏହି ପ୍ରସ୍ତୁତି ମଧ୍ୟରେ ପରିଣୀତିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ପାପାରାଜିଙ୍କ ଉପରେ ରାଗୁଥିବାର ନଜର ଆସୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ପରିଣୀତି ବ୍ୟସ୍ତ ହୋଇ କାର୍‌ରୁ ବାହାରକୁ ଆସୁଛନ୍ତି ଓ ଏହି ସମୟରେ ଏକ ପାପାରାଜି ତାଙ୍କୁ ଡାକିବା ସହ ତାଙ୍କ ଭିଡିଓ ପ୍ରସ୍ତୁତ କରୁଛନ୍ତିି । ଏହି ସମୟରେ ପରିଣୀତି କହୁଛନ୍ତି ମୁଁ ତ ତୁମକୁ ଡାକି ନାହିଁ । ଏହାପରେ ପାପାରାଜି ନ ଅଟକି ତାଙ୍କ ଭିଡିଓ ପ୍ରସ୍ତୁତ କରୁଛନ୍ତି । ପରିଣୀତି ପୁଣି ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି । ପରିଣୀତି ପୁଣି କହୁଛନ୍ତି ସାର୍‌, ବାସ୍ ସେତିକି । ମୁଁ ଆପଣଙ୍କୁ ଅନୁରୋଧ କରୁଛି କୌଣସି ଭିଡିଓ ନ କରିବାକୁ । ପରିଣୀତିଙ୍କ ଏପରି ବ୍ୟବହାରରେ କିଛି ଲୋକ ତାଙ୍କୁ ନେଇ ଆଲୋଚନା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ସମର୍ଥନ ବି କରୁଛନ୍ତି ।

Get real time updates directly on you device, subscribe now.