fbpx

ପ୍ୟାରିସ୍ ଅଲିମ୍ପିକ୍ସ: ତୀରନ୍ଦାଜୀର ମିଶ୍ରିତ ଦଳଗତ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଅଙ୍କିତା-ଧୀରଜ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମିଶ୍ରିତ ଦଳ ୧/୮ ଏଲିମିନେସନ ରାଉଣ୍ଡରେ ଶୁକ୍ରବାର ଭାରତର ତୀରନ୍ଦାଜୀ ଦଳ । ଇଣ୍ଡୋନେସିଆର ଦିୟାନା ଚୋଇରୁନିସା ଓ ଆରିଫ ପାଙ୍ଗେଷ୍ଟୁଙ୍କୁ ୫-୧ ଗୋଲରେ ପରାସ୍ତ କରିଛନ୍ତି ଅଙ୍କିତା ଭାକଟ ଏବଂ ଧୀରଜ ବୋମ୍ମାଦେଭାରା । ଭାରତୀୟ ଦଳ ୩୭-୩୬, ୩୮-୩୮ ଓ ୩୮-୩୭ ସ୍କୋରରେ ମ୍ୟାଚ୍ ଜିତି ମିକ୍ସଡ ଟିମ୍ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।

ଧୀରଜ ଓ ଅଙ୍କିତା କ୍ରମାଗତ ଭାବେ ୯ ଓ ୧୦ ରନ୍ କରିଥିଲେ। ତେବେ ଅଙ୍କିତା ଶେଷ ତିନୋଟି ପ୍ରୟାସରେ ୧୦ ରନ୍ କରି ଏହି ଯୋଡ଼ିକୁ ଶେଷ ୮ମ ପର୍ଯ୍ୟାୟରେ ପହଞ୍ଚାଇଥିଲେ । ଭାରତୀୟ ସମୟ ଅପରାହ୍ନ ୫ଟା ୪୫ରେ ଖେଳାଯିବାକୁ ଥିବା ଶେଷ ୮ ମ୍ୟାଚ୍ ରେ ଭାରତ ସ୍ପେନ୍ ର ଏଲିଆ କାନାଲେସ୍ ଓ ପାବ୍ଲୋ ଆଚାଙ୍କୁ ଭେଟିବ। ପୁରୁଷ ବ୍ୟକ୍ତିଗତ ତୀରନ୍ଦାଜୀରେ ଭାରତର ଅଭିଯାନ ପ୍ରଥମ ରାଉଣ୍ଡରେ ୪ ଥର ଅଲିମ୍ପିଆନ୍ ତରୁଣଦୀପ ରାୟ ଓ ଦ୍ବିତୀୟ ରାଉଣ୍ଡରେ ଧୀରଜ ସାମାନ୍ୟ ପରାଜୟର ସମ୍ମୁଖୀନ ହେବା ପରେ ଶେଷ ହୋଇଥିଲା ।

ପୁରୁଷ ଓ ମହିଳା ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଅଭିଜ୍ଞ ତୀରନ୍ଦାଜ ଦୀପିକା କୁମାରୀ ଓ ଭଜନ କୌର ଉଭୟ ମହିଳା ବ୍ୟକ୍ତିଗତ ଇଭେଣ୍ଟର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଙ୍କିତା ପ୍ରଥମ ରାଉଣ୍ଡରେ ପରାଜିତ ହୋଇଥିଲେ ।

Get real time updates directly on you device, subscribe now.