fbpx

Paris Olympics: ନୀରଜ ଚୋପ୍ରାଙ୍କ ଜାଭେଲିନ, କେତେ ଓଜନ ଅଟେ ଗୋଲଡେନ ବୟଙ୍କ ଭାଲା, ଜାଣନ୍ତୁ ତାହାର ଦାମ ଓ ସ୍ୱତନ୍ତ୍ରତା..

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ନୀରଜ ଚୋପ୍ରାଙ୍କ ଆକ୍ସନ ଦେଖିବା ପାଇଁ ସାରା ଦେଶ ଚାତକ ପରି ଚାହିଁ ରହିଛି । ମାତ୍ର ତାଙ୍କର ଏହି ଆକ୍ସନ ପୂର୍ବରୁ ତାଙ୍କ ବିଷୟରେ ଅନେକ କିଛି ସର୍ଚ୍ଚ କରାଯାଉଛି । ଏଥିରେ ଅଲିମ୍ପିକ୍ସରେ ତାଙ୍କର ଖେଳସୂଚୀଠୁ ଆରମ୍ଭ କରି ତାଙ୍କର ଡାଇଟ ପର୍ଯ୍ୟନ୍ତ ପ୍ରତ୍ୟେକଟି ଜିନିଷ ସାମିଲ ରହିଛି । ଏହିକ୍ରମରେ ଗୋଲଡେନ ବୟଙ୍କ ବିଷୟରେ ଆପଣ ଜାଣିବେ ତଥା ତାଙ୍କର ଜାଭେଲିନର ଓଜନ, ଦାମ ତଥା ଭାଲା ଫିଙ୍ଗିବାର ନିୟମ…

ଜାଭେଲିନ ଖେଳ ହଜାର ବର୍ଷ ପୁରୁଣା ଖେଳ ଅଟେ । ପ୍ରଥମେ ଲୋକେ ଶିକାର କରିବା ପାଇଁ ଭାଲାର ବ୍ୟବହାର କରୁଥିଲେ । ପରବର୍ତ୍ତୀ ସମୟରେ ଏହା ଏକ ଖେଳରେ ପରିଣତ ହୋଇଗଲା । ପ୍ରଥମେ ଏହାକୁ ଅନେକ ଖେଳରେ ଏକ ସେଟରେ ସାମିଲ କରାଯାଇଥିଲା । ପରେ ଏହା ଏକକ ଖେଳରେ ପରିଣତ ହେଲା ।

ଭାରତର ସୁନାପିଲା ନୀରଜ ଚୋପ୍ରାଙ୍କ ଜାଭେଲିନ ପ୍ରଧାନମନ୍ତ୍ରୀଙ୍କ ଇ-ନିଲାମୀରେ ସାମିଲ ଥିବା ସ୍ମୃତି ଚିହ୍ନରେ ମଧ୍ୟ ରହିଥିଲା । ୨୦୨୨ ମସିହାରେ ଏହାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପ୍ରାୟ ୧.୫ କୋଟି ଟଙ୍କାରେ କିଣିଥିଲା । ଅନଲାଇନ ଷ୍ଟୋରରେ ଏହା ପ୍ରାୟ ୯୦୦ ଟଙ୍କାରୁ ଆରମ୍ଭ ହୋଇ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଥାଏ ।
ଜାଭେଲିନ ଫିଙ୍ଗିବା ପାଇଁ ଏକ ସ୍ୱତନ୍ତ୍ରସ୍ଥାନ ଥାଏ, ଯାହାକୁ ରନୱେ କହନ୍ତି । ରନୱେ ଆଗରେ ଏକ ଜାଲିଥିବା ସ୍ଥାନଥାଏ, ଯେଉଁଠାରେ ଜାଭେଲିନ ପଡିଥାଏ । ଗୋଟିଏ ହାତରେ ଜାଭେଲିନକୁ ଧରି ଫିଙ୍ଗାଯାଏ । ଏଥିରେ ଜଣେ ଗ୍ଲୋଭସ ପିନ୍ଧିବାର ନିୟମ ନ ଥାଏ । କାନ୍ଧ ଉପରେ ରଖି ଖେଳାଳିଙ୍କୁ ଏହା ଫିଙ୍ଗିବାର ଥାଏ ।

ଜାଭେଲିନ ଯେତେ ଦୂରରେ ପଡିବ, ଖେଳାଳିଙ୍କୁ ତଦନୁଯାୟୀ ନମ୍ବର ମିଳିବ । ଜାଭେଲିନ ଭୂମିରେ ଦବିକି ନ ରହିଲେ ବି କିଛି ଅସୁବିଧା ନାହିଁ । କେବଳ ଏହା ଭୂମିକୁ ସ୍ପର୍ଶ କରି ଗଲେ ବି ଖେଳାଳିଙ୍କୁ ନମ୍ବର ପ୍ରାପ୍ତ ହୁଏ । କୌଣସି ଖେଳାଳି ଏହାକୁ ଭୁଲ ଭାବରେ ଫିଙ୍ଗିଲେ ତାହାକୁ ନମ୍ବର ମିଳି ନ ଥାଏ । ସବୁଠୁ ଅଧିକ ଦୂରତା ଯାଏଁ ଜାଭେଲିନ ଫିଙ୍ଗିଥିବା ଖେଳାଳି ବିଜୟୀ ହୋଇଥାଏ ।

ସାରା ଦେଶର ନୀରଜ କେବେ ଅଲିମ୍ପିକ୍ସରେ ଜାଭେଲିନ ଫିଙ୍ଗିବେ, ତାହାକୁ ଅପେକ୍ଷା କରିଛି । ଅଲିମିକ୍ସ ଗ୍ରୁପ ଏ (group A)ରେ ନୀରଜ ଚୋପ୍ରା ରହିଛନ୍ତି । ଏହି ଗ୍ରୁପର କ୍ୱାଲିଫିକେଶନ ରାଉଣ୍ଡ ୬ ଅଗଷ୍ଟ ଦ୍ୱିପହର ପ୍ରାୟ ୧ ଟା ୫୦ ମିନିଟରେ ଆରମ୍ଭ ହେବ । ଯଦି ନୀରଜ କ୍ୱାଲିଫିକେଶନ ରାଉଣ୍ଡରେ କ୍ୱାଲିଫାଇ କରନ୍ତି, ତେବେ ଅଗଷ୍ଟ ୮ ତାରିଖରେ ସେ ସୁନା ପାଇବା ପାଇଁ ଖେଳିବେ । ଏଥର ମଧ୍ୟ ଗୋଲଡେନ ବୟ ଗୋଲଡ ଦେବେ ବୋଲି ଆଶା କରୁଛନ୍ତି କ୍ରୀଡାପ୍ରେମୀ ।

Get real time updates directly on you device, subscribe now.