‘୨୫.୪.୨୦୨୩’ ସ୍ୱର୍ଣ୍ଣିମ ଅକ୍ଷରରେ ଖୋଦେଇ ହେଲା ପ୍ରକାଶ ସିଂ ବାଦଲଙ୍କ ନାମ …ସରପଞ୍ଚରୁ ମୁଖ୍ୟମନ୍ତ୍ରୀର ଯାତ୍ରାକୁ ସ୍ମରଣ କରିବ ସାରା ଦେଶ

ନୂଆଦିଲ୍ଲୀ:ରାଜନୀତିକୁ ଶ୍ରେଷ୍ଠନୀତି ବୋଲି କୁହାଯାଏ । କାହିଁକି ନା ଏହା ଏଭଳି ଏକ ମାଧ୍ୟମ ଯାହା ଦ୍ୱାରା ଆପଣ କେବଳ ସମାଜରେ ସଂସ୍କାର ଆଣିବାରେ ନୁହେଁ ବରଂ ଲୋକମାନଙ୍କ ସହିତ ସୁଖ ଆଉ ଦୁଃଖରେ ଜଡିତ ହୋଇପାରିବେ। ଆଉ ଯେଉଁମାନେ ଏହି ରାଜନୀତିରେ ତାଙ୍କର ସମସ୍ତ ଜୀବନ ନିଚ୍ଛାବର କରି ଦେଇଥାଆନ୍ତି ଏହି ସମାଜ ମଧ୍ୟ ତାଙ୍କୁ ଚିର ଦିନ ପାଇଁ ନିଜ ହୃହୟରେ ସାଇତି ରଖେ । କେବଳ ଏତିକି ନୁହେଁ ତାଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣମ ଅକ୍ଷରରେ ଲିଖିତ ହୋଇ ରହିଥାଏ ।

ଏହି ଭଳି ଏକ ରାଜନେତା ନୁହେଁ ଜନନେତାଙ୍କୁ ପଞ୍ଜାବ ହରାଇଛି । କେବଳ ପଞ୍ଜାବ ନୁହେଁ ତାଙ୍କର ନିଧନ ଖବର ଶୁଣି ସାରା ଭାରତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆଉ ପଞ୍ଜାବ ମାଟି ନୁହେଁ ବରଂ ବଡ ବଡ ଦିଗଜ ରାଜନେତା ଏହି ନେତାଙ୍କ ଠାରୁ ରାଜନୀତିର ରଣକୌଶଳ ଶିଖିଛନ୍ତି । ସେ ଆଉ କେହି ନୁହଁନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳି ଦଳ ସୁପ୍ରିମୋ ପ୍ରକାଶ ସିଂ ବାଦଲ।

ଗତକାଲି ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଶେଷର ନାମ ପ୍ରକାଶ ସିଂ ପଞ୍ଜାବ ଏବଂ ଦେଶର ରାଜନୀତିରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିଲେ। ବାଦଲ ସରପଞ୍ଚ ପଦବୀରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ ଆଉ ଠାରେ ନୁହେଁ ପାଞ୍ଚ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପ୍ରକାଶ ସିଂ ବାଦଲ ରାଜନୀତିରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ସେ ୨୦୨୨ ମସିହାରେ ୯୪ ବର୍ଷ ବୟସରେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ସହ ସର୍ବ ପୁରାତନ ପ୍ରାର୍ଥୀ ହୋଇଥିଲେ। ପ୍ରକାଶ ସିଂ ବାଦଲଙ୍କ ପରିବାରର ଅନ୍ୟ ସଦସ୍ୟମାନେ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ରହିଛନ୍ତି।

ତାଙ୍କ ପୁଅ ସୁଖବୀର ବାଦଲ ପଞ୍ଜାବର ସିଏମ ଏବଂ ତାଙ୍କ ବୋହୂ ହରସିମତ କୌର କେନ୍ଦ୍ର ମନ୍ତ୍ରୀ ଥିଲେ। ପ୍ରକାଶ ସିଂ ବାଦଲ ୨୦୨୨ ମସିହାରେ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ଆଫିଡେଭିଟ୍‌ରେ ସେ କହିଥିଲେ ଯେ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତି ରହିଛି।ପ୍ରକାଶ ସିଂ ବାଦଲଙ୍କ ନାମରେ କୌଣସି ବିଳାସପୂର୍ଣ୍ଣ କାର ନଥିଲା। ଗାଡି ନାମରେ ତାଙ୍କର କେବଳ ଗୋଟିଏ ଟ୍ରାକ୍ଟର ଥିଲା, ଯାହାର ମୂଲ୍ୟ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ଏହାର ଦାମ ପ୍ରାୟ ୪ ଲକ୍ଷ ବୋଲି ସେ ଘୋଷଣା କରିଥିଲେ। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ବାଦଲ ହାରିଯାଇ ଥିଲେ ଆଉ ତାହା ହେଉଛି ଏହା ତାଙ୍କର ରାଜନୈତିକ କ୍ୟାରିୟରର ପ୍ରଥମ ପରାଜୟ।

ବାଦଲ ୨୦୨୨ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନଥିଲେ। ତେବେ ଏଭଳି ଦିଗଜ ନେତା ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁକୁ ନେଇ ଦେଶର ସମସ୍ତ ନେତା ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁକୁ ତାଙ୍କର ବ୍ୟକ୍ତିଗତ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁକୁ ନେଇ ପଞ୍ଜାବ ସରକାର ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି।ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶେଷ ଦର୍ଶନ କରିବା ଯିବା ସହ ତାଙ୍କ ପାର୍ଥିବ ଶରୀରର ଦର୍ଶନ କରିବେ।