fbpx
BSKY SKY
BSKY SKY

ଆଯୋଧ୍ୟାରେ କାଲି ଦେଖାଯିବ ପାର୍କିଂ ସଂକଟ, VVIPଙ୍କୁ ଡ୍ରପ୍ କରି ତୁରନ୍ତ ଉଡ଼ିଯିବ ବିମାନ

BSKY

ନୂଆଦିଲ୍ଲୀ: ଜାନୁଆରୀ ୨୨ରୁ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶ ବିଦେଶରୁ ଅନେକ ଭିଭିଆଇପି ଯୋଗ ଦେବେ । ତେଣୁ ଅଯୋଧ୍ୟାରେ ୧୦୦ରୁ ଉର୍ଦ୍ଧ୍ୱ ଚାର୍ଟାର୍ଡ଼ ବିମାନ ଅବତରଣ କରିବା ନେଇ ସମ୍ଭାବନା ରହିଛି । ତେଣୁ ଭିଭିଆଇପିଙ୍କ ଆଗମନକୁ ଦୃଷ୍ଟିରେ ରଖି ୧ ହଜାର କିଲୋମିଟର ପରୀଧିରେ ୫ଟି ରାଜ୍ୟର ୧୫ଟି ବିମାନ ବନ୍ଦରରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଉତ୍ସବ ଦିନ ପ୍ରାୟ ୪୮ ଚାର୍ଟାର୍ଡ଼ ବିମାନ ଅବତରଣ ନେଇ ଅନୁମତି ପ୍ରାପ୍ତ ହୋଇଛି ।

ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ଅନୁଯାୟୀ ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ, ବାରାଣାସୀ, କୁଶୀନଗର, ଗୋରଖପୁର, ରାୟବରେଲୀ, ଫୁରସତଗଞ୍ଜ, ଡେହରାଡୁନ୍‌, ପାଟଣା, ଗୟା, ଦେବଘର, ଖୁଜରାଓ, ଭୋପାଲ ଏବଂ ଇନ୍ଦୋରକୁ ପାର୍କିଂ ପାଇଁ ଚିହ୍ନଟ କରାଯାଇଛି । ଅଯୋଧ୍ୟା ସ୍ଥିତ ମହର୍ଷି ବାଲ୍ମିକୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପାର୍କିଂ ସୁବିଧା କମ ଥିବା ଯୋଗୁଁ ‘ଡ୍ରପ୍ ଆଣ୍ଡ ମୁଭ୍‌’ ପଲିସି କାର୍ଯ୍ୟକାରୀ କରାଯିବ । ଏହି ବ୍ୟବସ୍ଥା ଅନ୍ତର୍ଗତ ବିମାନ ଯାତ୍ରୀ ଜଣଙ୍କୁ ଅଯୋଧ୍ୟାରେ ଡ୍ରପ୍ କରିବା ପରେ ଅନ୍ୟ ପାର୍କିଂ ସ୍ଥାନରେ ବିମାନ ପାର୍କିଂ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ବିମାନ ବନ୍ଦରରେ କେତୋଟି ରହିଛି ପାର୍କିଂ ବ୍ୟବସ୍ଥା- ଲକ୍ଷ୍ନୌ(୮), କାନପୁର(୧୦), ପ୍ରୟାଗରାଜ(୪), କୁଶୀନଗର(୪), ଡେହରାଡ଼ୁନ୍‌(୪), ଖଜୁରାହୋ(୪), କାଶୀ(୬), ଇନ୍ଦୋର(୧୦), ଗୋରଖପୁର(୧୭) ।

Get real time updates directly on you device, subscribe now.