fbpx

ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ହଙ୍ଗାମା: ଉଭୟ ଗୃହର ୧୫ ଜଣ ସାଂସଦ ସସପେଣ୍ଡ୍

ନୂଆଦିଲ୍ଲୀ ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଗୁରୁବାର ଦିନ ଉଭୟ ଗୃହରେ ବଡ଼ ଧରଣର ହଙ୍ଗାମା ଦେଖିବାକୁ ମିଳିଛି । ଏହି ହଙ୍ଗାମା ଏତେ ବଢ଼ିଗଲା ଯେ ଅନେକ ସାଂସଦଙ୍କୁ ଉଭୟ ଗୃହ – ରାଜ୍ୟସଭା ଓ ଲୋକସଭା ରୁ ନିଲମ୍ବିତ କରିବାକୁ ପଡ଼ିଲା ।

ଗୃହରେ ହଙ୍ଗାମା କାରଣରୁ ଆଜି ୧୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସେଥିମଧ୍ୟରୁ ଜଣେ ରାଜ୍ୟସଭା ସାଂସଦ ହେଉଛନ୍ତି ଡେରେକ ଓ’ବ୍ରାଇନ୍ ଏବଂ ଅବଶିଷ୍ଟ ୧୪ ସାଂସଦ ଲୋକସଭାର ସଦସ୍ୟ । ଏହାପୂର୍ବରୁ ଏହି ହଙ୍ଗାମା ଯୋଗୁଁ ଟିଏନ୍ ପ୍ରତାପନ୍, ହିବିି ଇଡେନ୍, ଏସ୍ ଜୋଥିମଣି, ରାମ୍ୟା ହରିଦାସ ଏବଂ ଡିନ୍ କୁରିଆକୋସଙ୍କ ସମେତ ପାଞ୍ଚ ଜଣ କଂଗ୍ରେସର ଲୋକସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

ଗୃହରୁ ୧୫ ଜଣ ସାଂସଦଙ୍କୁ ନିଲମ୍ବନ କରିବା ଉପରେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ, ଗତକାଲି ଯାହା ଘଟିଥିଲା ତାହା ଏକ ବଡ଼ ସୁରକ୍ଷା ଏବଂ ଗୁପ୍ତଚର ବିଫଳତା । ସେ କହିଛନ୍ତି ଯେ ଗତକାଲି କ’ଣ ଘଟିଛି ଏବଂ ସେମାନେ କେଉଁ ପଦକ୍ଷେପ ନେଉଛନ୍ତି ତାହା ସରକାର ଗୃହରେ ଜଣାନ୍ତୁ ବୋଲି ଆମେ ଚାହୁଁଛୁ ।

ଏଥିରେ କାର୍ତ୍ତି ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କଠାରୁ ଏକ ବୟାନ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆମର ଦାବିକୁ ଦବାଇବା ପାଇଁ କରିବାକୁ ବାକି ଅଧିବେଶନ ପାଇଁ ୧୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.