fbpx

ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ, ନବନିର୍ବାଚିତ ସମସ୍ତ ସାଂସଦଙ୍କୁ ବାଚସ୍ପତିଙ୍କ ଶୁଭେଚ୍ଛା ବାର୍ତ୍ତା, ଜଣେ ବି ନାହାନ୍ତି ବିଜେଡି ସାଂସଦ

Advertisement

ଓଡିଶା ଭାସ୍କର: ୧୮ ତମ ଲୋକସଭା ଅଧିବେଶନ ଆରମ୍ଭ ହୋଇସାରିଛି । ନବନିର୍ବାଚିତ ସମସ୍ତ ସାଂସଦମାନଙ୍କୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶୁଭେଚ୍ଛା ଜଣାଇବା ପରେ ଆନୁଷ୍ଠାନିକ ଭାବରେ ସଂସଦର ସ୍ୱତନ୍ତ୍ର ଅଧିବେଶନ କାର୍ଯ୍ୟ ଆରମ୍ଭ ହୋଇଛି । ଭାରତର ବିଭିନ୍ନ କ୍ଷେତ୍ରରୁ ଆସିଥିବା ସାଂସଦମାନେ ଏଥର ସଂସଦରେ ଭିନ୍ନ ଭିନ୍ନ ଦାବି ଉପସ୍ଥାପନା କରିବେ । ତାହା ସହ କାମଚଳା ବାଚସ୍ପତିଙ୍କ ଚୟନକୁ ନେଇ ମଧ୍ୟ ସଂସଦରେ ଆରମ୍ଭରୁ କଟାକ୍ଷ ଶୁଣିବାକୁ ମିଳିଛି । କେରଳର ସାଂସଦ କୋଡୁକୁନିଲ ସୁରେଶ ତାଙ୍କର ଚୟନ ଉପରେ ପ୍ରଶ୍ନ କରିଛନ୍ତି । ଆସସ୍ତା ୨୬ ତାରିଖ ଦିନ ଲୋକସଭାର ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବେ । ବିପକ୍ଷ ମଧ୍ୟ ଏଥର ଏମଡିଏକୁ କଡା ଟକ୍କର ଦେବ ସଂସଦରେ ବୋଲି ଅମୁମାନ କରାଯାଉଛି । ଇଣ୍ଡିଆମେଣ୍ଟ ଓ ଏନଡିଏ ମଧ୍ୟରେ ଏଥର ଆରୋପ ପ୍ରତ୍ୟାରୋପ ଲାଗି ଗହିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଏଥର ସଶକ୍ତ ବିରେୀଧୀ ଥିବାରୁ ସଂସଦର ଆଲୋଚନା ବି ସଶକ୍ତ ଭାବରେ ହେବ । ୧୦ ବର୍ଷ ପରେ ସଂସଦ ଏଥର ଜଣେ ବିରୋଧୀ ଦଳ ନେତାଙ୍କୁ ବି ପାଇବ ।

Get real time updates directly on you device, subscribe now.