ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଖୋଲିଲା ବାଟ, ଥରକେ ବିକ୍ରି କରିହେବ 5ଶହ ବର୍ଗମିଟର

ଆସିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)2ୟ ସୟଶୋଧନ ରୁଲ୍ । ପାର୍ଟ ପ୍ଲଟ୍ ବିକ୍ରି ବାଟ ଖୋଲିଲା । ଥରକେ 5ଶହ ବର୍ଗମିଟର କରିହେବ ବିକ୍ରି ।

ଭୁବନେଶ୍ବର: ଆସିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)2ୟ ସୟଶୋଧନ ରୁଲ୍ । ପାର୍ଟ ପ୍ଲଟ୍ ବିକ୍ରି ବାଟ ଖୋଲିଲା । ଥରକେ 5ଶହ ବର୍ଗମିଟର କରିହେବ ବିକ୍ରି । ବିନା ଅନୁମୋଦନରେ 5 ଶହ ବର୍ଗମିଟର ଥରକେ ବିକ୍ରି କରିପାରିବେ । ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର ମନା । ଏକାଧିକ ଅଂଶିଦାର ଥିବା ଜମି କ୍ଷେତ୍ରରେ ବି 500 ବର୍ଗମିଟର ବିକି ହେବ ।

ସୀଚନା ଥାଉକି, ପାର୍ଟ ପ୍ଲଟ୍ ବିକ୍ରି ଓ ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟା ଲାଗି ରହିଥିବାରୁ ରାଜସ୍ବ ହାନି ହେଉଛି। ତେଣୁ ସମସ୍ୟା ଦୂର କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଥିଲା। ପ୍ଲଟିଂ ସ୍କିମ୍‌  ଓ ଆପାର୍ଟମେଣ୍ଟ ନେଇ ଏବେ ନୂଆ ନିୟମ  ଅଣାଯାଇଛି । ପ୍ଲଟିଂ ସ୍କିମ୍‌ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ  ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ  ପ୍ରଶାସନକୁ ହସ୍ତାନ୍ତର କରିବେ । ପ୍ରଥମେ ରାସ୍ତା ତିଆରି ହେବ । ତା’ପରେ ଜମି  ମାଲିକ ପ୍ଲଟିଂ ସ୍କିମ୍‌ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ ।

ସେହିଭଳି ଆପାର୍ଟମେଣ୍ଟ ପଞ୍ଜିକରଣ ଏବଂ ହସ୍ତାନ୍ତରରେ ଅନେକ ସମସ୍ୟା ରହିଛି। ତେବେ ଆଇନ ଆସିବା ପୂର୍ବରୁ ଯେଉଁମାନେ ଜମି କିଣିଥିଲେ କି ବିକ୍ରି କରିଥିଲେ ସେମାନଙ୍କ ଉପରେ ଆଇନ ଲାଗୁ ହେବନାହିଁ।