ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: 7 ଆହତ
ଘଷିପୁରା NH-20 କୋଳିମାଟି ଘାଟି ନିକଟରେ ସଡ଼କ ଦୁର୍ଘଟଣା । ଟ୍ରଲରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏଥିରେ 7 ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ଆନନ୍ଦପୁର: ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଘଷିପୁରା NH-20 କୋଳିମାଟି ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ 7ଜଣ ବସ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ତେବେ ଭୁବନେଶ୍ବର ଚମ୍ପୁଆ ଅଭିମୁଖେ ଯାଉଥିବା ବେଳେ ଟ୍ରଲର ପଛପଟୁ ଯାତ୍ରୀବାହୀ ବସଟି ଧକ୍କା ଦେଇଥିଲା । ଅଧିକ ତଥ୍ୟ ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ତଦନ୍ତ ଆରମ୍ଭ କରିଛି ।