ଓଲଟିଲା ଯାତ୍ରୀବାହୀ ବସ୍‌, ଥିଲେ ୫୦ ଯାତ୍ରୀ

ଭୁବନେଶ୍ୱର: ବସ୍ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର। ଖୋର୍ଦ୍ଧା ପିତାପଲ୍ଲୀଠାରେ ଏକ ଯାତ୍ରୀବାହୀ ବସ୍ ଓଲଟିପଡ଼ିଛି। ବସଟିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। କିଛି ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ବସ୍‌ଟି ଭୁବନେଶ୍ୱରରୁ ଆସ୍କା ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ବସ୍‌ରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣା ଘଟିବା ମାତ୍ରେ କିଛି ଯାତ୍ରୀ ସଙ୍ଗେ ସଙ୍ଗେ ବାହାରକୁ ବାହାରିଯାଇଥିଲେ।