(Video) କେବେ ବଦଳିବ ମାନସିକତା..ଟ୍ରେନରୁ ବ୍ଲାଙ୍କେଟ ଚୋରାଉଥିଲେ ଯାତ୍ରୀ, ଧରିଦେଲେ ରେଳ କର୍ମଚାରୀ ତାପରେ…
IRCTC ଲଗୋ ଲାଗିଛି...ତଥାପି ଟ୍ରେନରୁ ବ୍ଲାଙ୍କେଟ ବେଡସିଟ୍ ଚୋରି କରୁଛନ୍ତି ଯାତ୍ରୀ ।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭାରତୀୟ ରେଳବାଇରେ ଯାତ୍ରା କରୁଥିବା କିଛି ଯାତ୍ରୀ ବେଡସିଟ୍ ଏବଂ କମ୍ବଳ ଚୋରି କରିଥିବା ଦେଖାଯାଇଛି । Reddit ଆକାଉଣ୍ଟ r/Indianrailways ଦ୍ୱାରା ଏହା ପୋଷ୍ଟ କରାଯାଇଥିବା ବେଳେ କ୍ୟାପ୍ସନରେ ଲେଖାଯାଇଛି, “ଲୋକମାନେ ଏପରି କାହିଁକି?” ଭିଡିଓରେ, ରେଳ କର୍ମଚାରୀମାନେ ଯାତ୍ରୀଙ୍କ ଏକ ଗୋଷ୍ଠୀର ଲଗେଜ ଯାଞ୍ଚ କରୁଥିବାର ଦେଖାଯାଉଛି ।
ଟ୍ରେନରେ ବେଡସିଟ ଚୋର: ଭିଡିଓରେ, ଜଣେ ରେଳ କର୍ମଚାରୀ ଯାତ୍ରୀମାନଙ୍କୁ ଇଙ୍ଗିତ କରି କହୁଥିବା ଶୁଣାଯାଇଛି, “ସେମାନେ ବେଡସିଟ୍ କାଢ଼ି ନେଉଛନ୍ତି।” ଲଗେଜରୁ ବେଡସିଟ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ବାହାର କରିବା ସମୟରେ ଅନ୍ୟ ଜଣେ କର୍ମଚାରୀ କହିଛନ୍ତି, ଦେଖନ୍ତୁ କେମିତି ଚୋରାଉଛନ୍ତି ।
ୟୁଜର୍ସଙ୍କ ସମାଲୋଚନା- Reddit ପୋଷ୍ଟରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଯାତ୍ରୀମାନଙ୍କୁ ସେମାନଙ୍କ ଅନୁପଯୁକ୍ତ ଆଚରଣ ପାଇଁ ସମାଲୋଚନା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, “ଲୋକମାନଙ୍କ ମଧ୍ୟରେ ନାଗରିକ ବୁଦ୍ଧିର ଅଭାବ ରହିଛି । ଅତ୍ୟନ୍ତ କଠୋର ନିୟମ, କମ୍ ସାମାଜିକତା, କମ୍ ସହାନୁଭୂତି ହେଉଛି ସମାଜର ଦିଗ ପରିବର୍ତ୍ତନ କରିବାର ଏକମାତ୍ର ଉପାୟ। କିଛି ଲୋକଙ୍କର ଏଭଳି ମାନସିକତାରେ କେବେ ପରିବର୍ତ୍ତନ ହେବ ନାହିଁ ।
ଅନ୍ୟ ଜଣେ ୟୁଜର୍ସ ସେମାନଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “କମ୍ବଳରେ IRCTC ଲୋଗୋ ମଧ୍ୟ ମୁଦ୍ରିତ ହୋଇଛି କିନ୍ତୁ ତଥାପି ଲୋକଙ୍କ ପାଖରେ ସେଗୁଡ଼ିକୁ ଚୋରି କରିବାର ସାହସ ରହିିଛି ।
View this post on Instagram