ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ହୋଇଗଲା ରୋଗୀଙ୍କ ମୃତ୍ୟୁ: ମେଡିକାଲରେ ହଙ୍ଗାମା

ଭୁବନେଶ୍ୱର : ଆମ୍ବୁଲାନ୍ସ ସଠିକ୍ ସମୟରେ ନପହଞ୍ଚିବାରୁ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କର ହୋଇଛି ମୃତ୍ୟୁ । ଏହାକୁ ନେଇ ମେଡିକାଲରେ ଆମ୍ବୁଲାନ୍ସ ଡ୍ରାଇଭର ଓ ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରେ ହୋଇଛି ଝଗଡ଼ା । ଏଭଳି ଏକ ଘଟଣା ଆନନ୍ଦପୁରରେ ଘଟିଛି ।

ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା ଚକ୍ରତୀର୍ଥରୁ ନିଜ ଘର ପୁରୁଣା ଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ କୁସବଣୀ ଛକ ନିକଟରେ ବାଇକ ନିୟନ୍ତ୍ରଣ ହେବାରୁ ଦୁର୍ଘଟଣାର ଶିକାର ହୋଇଥିଲେ।ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ନଯାଇ ନିକଟସ୍ଥ ତରତରା ଛକରେ ଗାଡିରଖି ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିବା କରିଛନ୍ତି ସମ୍ପର୍କୀୟ। ପରେ ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସାରେ ଭର୍ତ୍ତି କରାଯାଇଥିଲା।

ତେବେ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରସ୍ପର ମଧ୍ୟରେ ହତାହାତିହୋଇଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ କିଷାନ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।