ବଲାଙ୍ଗୀର: ହସ୍ପିଟାଲ ବିଲଡିଂରୁ ତଳକୁ ଡେଇଁପଡ଼ିଲେ ରୋଗୀ। ଏହିଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ।
ମେଡ଼ିସିନ ୱାର୍ଡର ଦ୍ଵିତୀୟ ମହଲାରୁ ଡେଇଁ ରୋଗୀ ଗୁରୁତର ହୋଇଥିବାବେଳେ ଗୁରୁତର ରୋଗୀ ଜଣଙ୍କ ବଲାଙ୍ଗୀର ଖର୍ସେଲପଡ଼ାର ବାସିନ୍ଦା ବୋଲି ଜଣାପଡିଛି।
ସେ ଏପରି କାହିଁକି କଲେ ତାହାର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କର ଚିକିତ୍ସା ଚାଲିଛି।