fbpx

ଏଣିକି ବିଦ୍ୟାଳୟରେ ପିଲାଙ୍କ ଆଡମିଶନ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସରକାରୀ ବା ପ୍ରାଇଭେଟ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । ସ୍କୁଲରେ ନାମାଙ୍କନ ପାଇଁ ପିଲାଙ୍କର ଆଧାର କାର୍ଡ ତିଆରି କରିବା କାମ ଆରମ୍ଭ ହୋଇଛି ।

ରିପୋର୍ଟ ମୁତାବକ ଗତ ଏକ ମାସରେ ବିହାର ଜିଲ୍କାର ୧୬ ହଜାର ୧୩୪ ପିଲାଙ୍କ ଆଧର କାର୍ଡ ତିଆରି କରାଯାଇଛି । କେବଳ ଶିଶୁଙ୍କୁ ଆଧାର କାର୍ଡ ତିଆରି ପାଇଁ ଜିଲ୍ଲାରେ ୪୬ଟି କେନ୍ଦ୍ରର ଚୟନ କରାଯାଇଛି । ଏଥିରେ ୨୭ଟି କେନ୍ଦ୍ରରେ ଆଧାର କାର୍ଡ ତିଆରି ଏବଂ ସଂଶୋଧନ କାର୍ଯ୍ୟ ଜାରି ରହିଛି । ତେବେ ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ଆଧାର କେନ୍ଦ୍ର ନିର୍ଦ୍ଧାରିତ କରିବାର ଲକ୍ଷ ରହିଛି ।

ଯେଉଁ ପିଲାଙ୍କ ପାଖେ ଆଧାର କାର୍ଡ ନାହିଁ ତାଙ୍କ ଆଧାର କାର୍ଡ ନିଶୁଳ୍କରେ ତିଆରି କରାଯିବ । ଯାହା ପାଖରେ ଆଧାର କାର୍ଡ ଅଛି ସେଥିରେ କୌଣସି ଭୁଲ ରହିଛି ତେବେ ତାକୁ ସଂଶୋଧନ କରିବା ଲାଗି ଅଭିଭାବକଙ୍କୁ ୫୦ ରୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କହିଛି ଯେ, ଆଦାର କାର୍ଡ ତିଆରି ପାଇଁ ଅପରେଟର ଦ୍ୱାରା ଅଭିଭାବକଙ୍କ ଠାରୁ ଟଙ୍କା ନେଉଥିବାର ଅଭିଯୋଗ ରହିଛି । ସମ୍ବନ୍ଧିତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ କୁହାଯାଇଛି ଯେ, ସେ ତଦାରଖ କରି ପିଲାଙ୍କ ଆଧାରକାର୍ଡ ତିଆରି କରିବେ ଏବଂ ଟଙ୍କା ମଗାଯିବା ପାଇଁ ଅଭିଯୋଗ କରନ୍ତୁ ।

Get real time updates directly on you device, subscribe now.