fbpx

UPSC ଟପ୍ପର ଅନନ୍ୟା ରେଡ୍ଡୀଙ୍କ ପ୍ରେରଣା ହେଉଛନ୍ତି ବିରାଟ କୋହଲି, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିରାଟ କୋହଲି ଜଣେ କ୍ରିକେଟର ହେଲେ ସୁଦ୍ଧା ସେ ଅନ୍ୟ ଫିଲ୍ଡର ପିଲାଙ୍କ ପାଇଁ ପ୍ରେରଣା ଆଣୁଥିବା ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସଂଘ ଲୋକ ସେବା ଆୟୋଗରେ ୩ୟ ରାଙ୍କରେ ଥିବା ଡେନୁରୁ ଅନନ୍ୟା ରେଡ୍ଡୀ ଖୁଲାସା କରି କହିଛନ୍ତି ଯେ, ବିରାଟ କୋହଲି ତାଙ୍କର ପ୍ରେରଣା ଅଟନ୍ତି । ତେବେ ଆସନ୍ତୁ ଜାଣିବା ଅନନ୍ୟା ରେଡ୍ଡୀଙ୍କୁ ବିରାଟଙ୍କ କେଉଁ କଥା ଅନୁପ୍ରେରଣା ଯୋଗାଇଛି ।

୧୬ ଏପ୍ରିଲରେ ୨୦୨୩ ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ୩ୟ ରାଙ୍କରେ ଥିବା ତେଲେଙ୍ଗାନା ମହବୁବନଗର ଜିଲ୍ଲାର ଡୋନୁରୁ ଅନନ୍ୟା ରେଡ୍ଡୀ ସମସ୍ର ଭାରତରେ ୩ୟ ସ୍ଥାନ ଅଧିକାର କରିଛି । ତେବେ ୟୁପିଏସସି ଫଳାଫଳ ଆସିବା ପରେ ପ୍ରତ୍ୟେକ ଟପ୍ପରଙ୍କ ବିବୃତ୍ତି ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ୩ୟ ରାଙ୍କରେ ଥିବା ଅନନ୍ୟା ରେଡ୍ଡୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଏଥିରେ ସେ ବିରାଟ କୋହଲୀଙ୍କୁ ନିଜର ପ୍ରେରଣା ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବିରାଟ କୋହଲି ମୋ ପ୍ରିୟ ଖେଳାଳି ଏବଂ ମୋତେ ତାଙ୍କର ଗୋଟେ କଥା ଭଲ ଲାଗେ ଯେ, ତାଙ୍କ ଭିତରେ ଏକ ପ୍ରେରଣା ଅଛି, ତାହା ହେଉଛି ସେ କେବେବି ହାର ନ ମାନନ୍ତି ନାହିଁ । ଅନୁଶାସନ ଏବଂ ତାଙ୍କ କାମ ବିରାଟ କୋହଲିଙ୍କ ଠାରୁ ଶିଖିଛନ୍ତି । ଏହି କାରଣରୁ ସେ ପ୍ରେରଣା ଦାୟକ ଅଟନ୍ତି ।

Get real time updates directly on you device, subscribe now.