fbpx

ୟୁଟ୍ୟୁବ ଦେଖି ଅପରେସନ କରୁଥିଲେ ନକଲି ଡାକ୍ତର, ଚାଲିଗଲା ୧୫ ବର୍ଷୀୟ ବାଳକର ଜୀବନ

ନୂଆଦିଲ୍ଲୀ: ବିହାର ସାରଣ ଜିଲ୍ଲାର ଗଡ଼ଖା ମୋତୀରାଜପୁର ଧର୍ମବୋଗୀ ସ୍ଥିତ ଗରୋଇ କ୍ଲିନିକ ଗଣପତି ସେବା ସଦନରେ ଜଣେ ୧୫ ବର୍ଷୀୟ ବାଳକର ପ୍ରାଣହାନି ଘଟିଛି। ବାଳକର ଅପରେସନ ୟୁଟ୍ୟୁବ ଦେଖି କରୁଥିଲେ ଡାକ୍ତର। ଏହି ଅଭିଯୋଗ ଅସ୍ତ୍ରୋପଚାରକଙ୍କ ଉପରେ ଲାଗିଛି। ଅପରେସନ କରୁଥିବା ବ୍ୟକ୍ତିଙ୍କ ପାଖେ କୌଣସି ଡିଗ୍ରୀ ନାହିଁ। ଏହି ନକଲି ଡାକ୍ତର ରୋଗୀଙ୍କ ଷ୍ଟୋନ ଅପରେସନ କରୁଥିଲେ।

ଘଟଣା ବାବଦରେ କୁହାଯାଇଛି ଯେ, ଶୁକ୍ରବାର ଦିନ ମଢୌରା ଥାନା ଅଞ୍ଚଳର ମୁଆଲପୁର ଗାଁ ନିବାସୀ ଚନ୍ଦନ ସାହ ନିଜ ୧୫ ବର୍ଷୀୟ ପୁଅଙ୍କୁ ଚିକିତ୍ସକଙ୍କୁ ଦେଖାଇବା ପାଇଁ ନିଜ ଗ୍ରାମରୁ ଆସୁଥିଲେ। ଗୋଲୁଙ୍କର ପେଟରେ ଷ୍ଟୋନ ହୋଇଥିଲା। ଏହି ସମୟରେ ସେ ବାନ୍ତି କରୁଥିଲେ। ଏହି ସମୟରେ ନକଲି ଡାକ୍ତର ତାଙ୍କ ସହଯୋଗୀ ଏବଂ ସେହି ବାଳକର ପିତାଙ୍କୁ କୌଣସି ଜିନିଷ ଆଣିବା ପାଇଁ ବାହାରକୁ ପଠାଇଥିଲେ। ଏହି ସମୟରେ ସେ ୟୁଟ୍ୟୁବ ଦେଖି ଗୋଲୁଙ୍କୁ ଅପରେସନ କରୁଥିଲେ।

ମୃତକଙ୍କ ଦାଦା ପ୍ରହଲ୍ଲାଦ ପ୍ରସାଦ ସାହ ଅଭିଯୋଗ ଆଣିଛନ୍ତି ଯେ, ନକଲି ଡାକ୍ତର ଜଣକ ୟୁଟ୍ୟୁବ ଦେଖି ଅପରେସନ କରୁଥିଲେ। ଏହାପରେ ପୋଲିସ ନକଲି ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଡାକ୍ତର ବର୍ତ୍ତମାନ ଫେରାର ରହିଛି।

Get real time updates directly on you device, subscribe now.