fbpx

୧୩ ଗାଈ, ୧୦ ବାଛୁରୀ ଆଉ ୧୧ଲକ୍ଷର କାର୍‌… ; ମୁଖ୍ୟମନ୍ତ୍ରୀଙ୍କର ମାତ୍ର ଏତିକି ସଂପତ୍ତି

ପାଟନା: ନୂଆବର୍ଷର ଠିକ୍ ଏକ ଦିନ ପୂର୍ବରୁ ଅର୍ଥାତ୍ ୩୧ ଡିସେମ୍ବରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟର ମନ୍ତ୍ରୀମାନେ ନିଜ ନିଜ ସଂପତ୍ତିକୁ ସାର୍ବଜନୀନ କରିଛନ୍ତି । ଏଥିରୁ ଜଣାପଡିଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଠାରୁ ଅଧିକ ସଂପତ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କର ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନଗଦ ୨୨ହଜାର ୫୫୨ଟଙ୍କା ଅଛି ଓ ୩ଟି ଅଲଗା ଅଲଗା ବ୍ୟାଙ୍କରେ ୪୮ ହଜାର ଟଙ୍କା ଜମା ରହିଛି । ତାଙ୍କର ମୋଟ ଚଳମାନ ସଂପତ୍ତି ୧୬ ଲକ୍ଷ ୮୪ ହଜାର ଟଙ୍କା । ଏଥିରେ ୧୧.୩୨ ଲକ୍ଷ ଟଙ୍କାର ଏକ କାର୍ ରହିଛି । ଏହା ବ୍ୟତିତ ଦିଲ୍ଲୀର ଦ୍ୱାରକାରେ ୧୦୦୦ ବର୍ଗଫୁଟର ଏକ ଫ୍ଲାଟ ରହିଛି । ୨୦୦୪ରେ ନୀତିଶ ଏହି ଫ୍ଲାଟ କିଣିଥିଲେ । ସେତେବେଳେ ଏହାର ମୂଲ୍ୟ ୧୩.୭୮ ଲକ୍ଷ ଥିଲା । ଏବେ ଏହାର ମୂଲ୍ୟ ୧.୪୮କୋଟି ଅଟେ । ଏହା ବ୍ୟତିତ ନୀତିଶ କୁମାରଙ୍କ ୧୩ଟି ଗାଈ ଓ ସେମାନଙ୍କ ଠାରୁ ୧୦ଟି ବାଛୁରୀ ରହିଛନ୍ତି ।

ଅନ୍ୟପକ୍ଷରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଖରେ ୫୦ ହଜାର ଟଙ୍କା ନଗଦ କ୍ୟଶେ୍ ରହିଛି । ତାଙ୍କ ପତ୍ନୀ ରାଜଶ୍ରୀଙ୍କ ପାଖରେ ତାଙ୍କର ୨ ଗୁଣ ଅର୍ଥାତ୍ ଏକ ଲକ୍ଷ ଟଙ୍କା ଅଛି । ତାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ୫୪ ଲକ୍ଷରୁ ଅଧିକ ଟଙ୍କା ରହିଛି । ତେଜସ୍ୱୀ ଯାଦବ ୫ଲକ୍ଷ ୩୮ ହଜାର ଟଙ୍କାର ସେୟାର ବି କିଣିଛନ୍ତି । ତାଙ୍କ ପାଖରେ ୨୦୦ ଗ୍ରାମ ସୁନା ଓ ପତ୍ନୀଙ୍କ ପାଖରେ ୪୮୦ ଗ୍ରାମ ସୁନା ରହିଛି । ଏହା ବ୍ୟତିତ ତାଙ୍କ ନାମରେ ୪ ବିଘାରୁ ଅଧିକ ଚାଷଯୋଗ୍ୟ ଜମି ଓ ୩୬ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଣକୃଷିଯୋଗ୍ୟ ଜମି ବି ରହିଛି ।

Get real time updates directly on you device, subscribe now.