fbpx
BSKY SKY
BSKY SKY

ଦ୍ୱିତୀୟ ଥର ପିତା ହେଲେ ଶାହିର ଶେଖ୍, ଇନଷ୍ଟାଗ୍ରାମରେ ଶେୟାର କଲେ ଫଟୋ

BSKY

ମୁମ୍ବାଇ: ଟେଲି ଜଗତର ଜଣାଶୁଣା କଳାକାର ଶାହିର ଶେଖ୍ । ଅନେକ ସିରିଏଲରେ ତାଙ୍କ ଅଭିନୟର ଜାଦୁ ଦର୍ଶକଙ୍କୁ ମୁଗ୍ଧ କରିଛି । ବର୍ତ୍ତମାନ ତାଙ୍କ ଘରେ ଖୁସିର ମାହୋଲ । ଅଭିନେଜା ଜଣଙ୍କ ୨ୟ ଥର ପାଇଁ ପିତା ହୋଇଛନ୍ତି । ନିକଟରେ ଶାହିରଙ୍କ ପତ୍ନୀ ରୁଚିକା ଏକ ସୁନ୍ଦର କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ରୁଚିକା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ତାଙ୍କର ପ୍ରଥମ ଝିଅ ଅନନ୍ୟା ତାଙ୍କ ସାନ ଭଉଣୀଙ୍କୁ ସ୍ନେହ କରୁଥିବାର ନଜର ଆସିଛନ୍ତି । ଏହି ଫଟୋ ସହ ଦମ୍ପତ୍ତି ଦ୍ୱିତୀୟ ଝିଅର ନାମ ମଧ୍ୟ ପ୍ରକାଶ କରିଛନ୍ତି । ପୋଷ୍ଟର କ୍ୟାପସନରେ ଲେଖିଛନ୍ତି- ଭଉଣୀ ହେବା ଠାରୁ ଭଲ କଥା ଆଉ କିଛି ନାହିଁ । ଏହି ଭଲପାଇବାର ତୁଳନା ନାହିଁ ଅନନ୍ୟା ଏବଂ କୁଦରତ୍ ।


ତେବେ ଏହି ପୋଷ୍ଟ ପରେ ପରିବାର, ପ୍ରଶଂସକ ଓ କଳାକାର ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଶାହିର ତାଙ୍କ ପତ୍ନୀଙ୍କ ଦ୍ୱିତୀୟ ଗର୍ଭଧାରଣ ବିଷୟରେ କାହାକୁ ସୂଚନା ଦେଇନଥିଲେ । କହିରଖୁଛୁ ଶାହିର ଶେଖ୍ ଏବଂ ରୁଚିକା କପୁର ୨୦୨୦ରେ ବିବାହ କରିଥିଲେ । ୨୦୨୧ରେ ଦମ୍ପତ୍ତିଙ୍କ ପ୍ରଥମ ସନ୍ତାନ ଅନନ୍ୟା ଜନ୍ମ ହୋଇଥିଲା ।

Get real time updates directly on you device, subscribe now.