fbpx

ରାସ୍ତା ଉପରେ ଚାଲିଲା ହାଇଭୋଲଟେଜ୍ ଡ୍ରାମା, ଲୋକମାନେ ଛିଡା ଛିଡା ପ୍ରେମୀ ଯୁଗଳଙ୍କୁ କରାଇଦେଲେ ବାହାଘର

ନୂଆଦିଲ୍ଲୀ:ଏପରି ଏକ ଘଟଣା ପାଟନା ସିଟି ବାଇପାସ୍ ଥାନା କ୍ଷେତ୍ର ବେଗମପୁର ଅଞ୍ଚଳରେ ଘଟିଯାଇଛି । ବିବାହ ଲାଗି ପ୍ରେମୀ ଯୁଗଳଙ୍କ ପରିବାର ପକ୍ଷରୁ ମନା କରାଯିବାରୁ ଲୋକମାନେ ପ୍ରେମିକାକୁ ତାର ପ୍ରେମିକ ସହ ଜବରଦସ୍ତ ବିବାହ କରାଇ ଦେଇଛନ୍ତି । ଏହାକୁ ନେଇ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ହାଇ ଭୋଲଟେଜ୍ ଡ୍ରାମା ଚାଲିଥିଲା । ଏହି ବିବାହର ଭିଡିଓ କେହି ଜଣେ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ଘଟଣାଟି ଦ୍ରୁତ ଗତିରେ ଚାରିଆଡେ ପ୍ରସାରିତ ହେବାରେ ଲାଗିଛି ।

ପାଟନା ସହରର ମାଲସଲାମୀ ନିିବାସୀ ପାରସନାଥ ସାବଙ୍କ ଝିଅ ପୂଜା କୁମାରୀଙ୍କର ବାଇପାସ୍ ଥାନା କ୍ଷେତ୍ରରେ ରହୁଥିବା ବେଗମପୁର ନିବାସୀ ରବିନେଶ କୁମାରଙ୍କ ପୁଅ ଗଣେଶ କୁମାରଙ୍କ ସହ ଗତ ୫/୬ ବର୍ଷ ତଳୁ ପ୍ରେମ ସଂପର୍କ ଗଢି ଉଠିଥିଲା । କିନ୍ତୁ ଯୁବକ ଗଶେଶ କୁମାର ଓ ତାଙ୍କ ପରିବାର ଏହି ବିବାହକୁ ନେଇ ରାଜି ହେଉ ନ ଥିଲେ । ଏହାକୁ ନେଇ ପୂଜା କୁମାରୀଙ୍କ ପରିବାର ପକ୍ଷରୁ ମହିଳା ଥାନାରେ ଅଭିଯୋଗ କରାଯାଇଥିଲା । କିନ୍ତୁ ପୋଲିସ ପକ୍ଷରୁ କୌଣସି ସାହାଯ୍ୟ ମିଳି ନ ଥିଲା । ଏହାପରେ ପରିବାର ସଦସ୍ୟ ନିଜ ମହଲବାସୀ ଓ ଶିବ କଳା କଲ୍ୟାଣ ସମିତି ନାମକ ଏକ ବେସରକାରୀ ସଂଗଠନର ସହାୟତା ମାଗିଥିଲେ । ଏହାପରେ ପୂଜାକୁ ଗଣେଶଙ୍କ ସହ ଜବରଦସ୍ତ ବିବାହ କରିଦିଆଯାଇଥିଲା ।

ଏ ସଂପର୍କରେ ପୂଜା କହିଛି ଯୌତୁକ ଆକାରରେ ପୁଅର ମା’ ମୋଟା ରକମ ଦାବୀ କରୁଥିଲେ । କିନ୍ତୁ ମୋ ପରିବାର ତାହା ଦେବାକୁ ଅସମର୍ଥ ଥିଲେ । ପୂଜା କହିଛି ଏବେ ତାର ବିବାହ ହୋଇସାରିଛି ଓ ସେ ଏବେ ଶ୍ୱଶୁର ଘର ଯାଇ ତା’ର କର୍ତ୍ତବ୍ୟ ଠିକ୍ ଭାବରେ କରିବ ।

Get real time updates directly on you device, subscribe now.