ପାଟପୁର ଦୁଷ୍କର୍ମ ଓ ହତ୍ୟା ମାମଲା, ଅଶ୍ଳୀଳ ଭିଡିଓ ଦେଖିବା ପରେ କାଣ୍ଡ ଭିଆଇଥିଲା ଦୁର୍ବୁତ୍ତ
ପାଟପୁର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘଟଣା ଉପରୁ ଉଠିଲା ପରଦା ।
ଭୁବନେଶ୍ବର: ଦିଗପହଣ୍ଡିରୁ ସାମ୍ନାକୁ ଆସିଥିବା ଲଜ୍ଜା ଜନକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଅଜା ଘରକୁ ବୁଲି ଆସିଥିବା ଏକ ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।
ଏହି ଘଟଣା ଉପରୁ ବର୍ତ୍ତମାନ ପରଦା ଉଠିଛି । ଅଶ୍ଲିଳ ଭିଡିଓ ଦେଖି ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଜଣାପଡିଛି । ଅଭିଯୁକ୍ତ କାଳିଆ ଷଣ୍ଢକୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ ।
ଅଭିଯୁକ୍ତ ଜଣକ ମଦ୍ୟପାନ କରିଥିବା ବେଳେ କୁନି ଶିଶୁ ଜଣଙ୍କୁ ଚକୋଲେଟ ଓ ଚିପ୍ସର ପ୍ରଲୋଭନ ଦେଖାଇଥିଲା । ଏହାପରେ କୁନିକୁ ଉଠାଇ ନେଇ ଏକ ନିର୍ମାଣାଧୀନ କୋଠାକୁ ନେଇଥିଲା । ସେଠାରେ ପ୍ରଥମେ ଅଶ୍ଲିଳ ଭିଡିଓ ଦେଖିଥିଲା ।
ଏହାପରେ ଦୁଷ୍କର୍ମ କରି ହତ୍ୟା କରିଥିଲା । ଶୁକ୍ରବାର ଅଜା ଘରକୁ ଆସି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ୪ବର୍ଷର ଶିଶୁକନ୍ୟା । ଆଜି କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି ।
ତେବେ ଦୁର୍ବୃତ୍ତର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବା ଉଚିତ ବୋଲି କୁହାଯାଇଛି ।