ପାତ୍ରପଡା ଓ କଳିଙ୍ଗ ବିହାର ରାସ୍ତାରେ ଜନସାଧାରଣଙ୍କ ଯାତାୟତ ଉପରେ କଟକଣା ଜାରି କଲା କମିଶନରେଟ୍‌ ପୋଲିସ, ଆଗାମୀ ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୧୬ ନଂ ଜାତୀୟ ରାଜପଥ ପାତ୍ରପଡା ଓ କଳିଙ୍ଗ ବିହାର ରାସ୍ତାରେ ଗମନାଗମନ ଓ ଯାତାୟତ ନିମନ୍ତେ ଜନସାଧାରଣଙ୍କ ପାଇଁ କଟକଣା ଲାଗୁ ହୋଇଛି । ଏନେଇ ଓଡ଼ିଶା ଅର୍ବାନ ପୋଲିସ ଆର୍ଟ ଏବଂ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପାତ୍ରପଡା ଓ କଳିଙ୍ଗ ବିହାରରେ ଭେକିଲ ଅଣ୍ଡର ପାସ ନିର୍ମାଣ ହେଉଥିବାରୁ ଜନସାଧାରଣଙ୍କ ପାଇଁ ଏପରି କଟକଣା ଲାଗୁ ହୋଇଛି । ଏହି କଟକଣା ଆଗାମୀ ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଭୁବନେଶ୍ୱର ପଟୁ ଖୋର୍ଦ୍ଧା ଆଡକୁ ଯାଉଥିବା ସମସ୍ତ ଯାନବାହନଗୁଡ଼ିକ ଡାହଣ ପାଶ୍ୱର୍ରେ ଥିବା ସର୍ଭିସ ରାସ୍ତା ଦେଇ ଯାଇପାରିବେ । ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଆଡକୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ବାମପାଶ୍ୱର୍ରେ ଥିବା ସର୍ଭିସ ରାସ୍ତା ଦେଇ ଯାଇ ପାରିବେ ବୋଲି କୁହାଯାଇଛି ।