ଠିକ୍ ସମୟରେ ବିଦ୍ୟୁତ ବିଲ୍ ପୈଠ କଲେ ମିଳୁଛି ଆକର୍ଷଣୀୟ ପୁରସ୍କାର, ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ ଉପଭୋକ୍ତା ଲାଭବାନ

ଠିକ୍ ସମୟରେ ଓ ଡିଜିଟାଲ୍ ମାଧ୍ୟମରେ ବିଲ୍ ପ୍ରଦାନ କରି ଜିତିଲେ ଲକି ଡ୍ର’ରେ ଆକର୍ଷଣୀୟ ପୁରସ୍କାର

ଭୁବନେଶ୍ୱର: ଟିପିସିଓଡିଏଲ ପକ୍ଷରୁ “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌” ମାଧ୍ୟମରେ ଠିକ୍ ସମୟରେ ଦେୟ ଦେଉଥିବା ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ ଉପଭୋକ୍ତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ସ୍କିମ୍‌ରେ ଯେଉଁ ଉପଭୋକ୍ତାମାନେ ଠିକ୍ ସମୟରେ ଓ ଡିଜିଟାଲ୍ ମାଧ୍ୟମରେ ବିଲ୍ ପ୍ରଦାନ କରିଥିଲେ ସେମାନେ ଲକି ଡ୍ର’ରେ ଆକର୍ଷଣୀୟ ପୁରସ୍କାର ଜିତିଛନ୍ତି। ନିକଟରେ ଭାଗ୍ୟଶାଳୀ ବିଜେତାଙ୍କୁ ଏକ ଉତ୍ସବରେ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ସ୍କିମ୍‌ର ଅଂଶ ସ୍ୱରୂପ ଉପଭୋକ୍ତାମାନେ ୪ ପ୍ରତିଶତର ଡିଜିଟାଲ୍ ରିହାତି ଭଳି ଅତିରିକ୍ତ ସୁବିଧା ଓ ଠିକ୍ ସମୟରେ ବିଲ୍ ପୈଠ ପାଇଁ ୟୁନିଟ୍ ପିଛା ୧୦ ପଇସାର ତ୍ୱରିତ ରିହାତି ପାଇପାରୁଛନ୍ତି। ଏହାସହ ପ୍ରି-ପେଡ ସ୍ମାର୍ଟ ମିଟର ଅନଲାଇନ୍ ରିଚାର୍ଜ୍ କରି ୮% ଅତିରିକ୍ତ ବାଲାନ୍ସ ପାଆନ୍ତୁ। ଅନଲାଇନରେ ପୋଷ୍ଟ-ପେଡ୍ ବିଲ୍ ପେମେଣ୍ଟ କରି ୪% ରିହାତି ପାଆନ୍ତୁ।