fbpx

PayTmରୁ ଅଲଗା ହେବ PayTm Payments Bank: ସରିଲା Inter-Company Agreement

ନୂଆଦିଲ୍ଲୀ: PayTm Payments Bank ଉପରେ ରିଜର୍ଭ ବ୍ୟାଙକର କାର୍ଯ୍ୟାନୁଷ୍ଠାନ ପରେ ଏହି ସର୍ଭିସକୁ ଲାଗିଛି ଶକ୍ତ ଝଟକା । ଅନଲାଇନ ପେମେଣ୍ଟ ଆପ୍ ପେଟିଏମ ଏବଂ ମଧ୍ୟ ପେଟିଏମ ପେମେଣ୍ଟ ବ୍ୟାଙ୍କର ହାତ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଏଥିପାଇଁ ଇଣ୍ଟର-କମ୍ପାନୀ ଚୁକ୍ତି ମଧ୍ୟ ଶେଷ ହୋଇଥିବା ସୂଚନା ମିଳିଛି । PayTmକୁ ସଞ୍ଚାଳନ କରୁଥିବା କମ୍ପାନୀ One97ର ନିର୍ଦ୍ଦେଶକ ମଣ୍ଡଳ ଏ ନେଇ ସୂଚନା ଜାରି କରିଛନ୍ତି । ଉଭୟ ସର୍ଭିସ ନିଜ ଉପରେ କମ୍ ନିର୍ଭରଶୀଳ ରହିବା ପାଇଁ ଏଭୂି ନିଷ୍ପତ୍ତି ନେଇଥିବା କହିଛି ପ୍ୟାରେଣ୍ଟ କମ୍ପାନୀ ପେଟିଏମ ।

ମାର୍ଚ୍ଚ ପହିଲାରେ ପେଟିଏମ ଏବଂ ପେଟିଏମ ପେମେଣ୍ଟସ ବ୍ୟାଙ୍କ ମଧ୍ୟରେ ଥିବା ଚୁକ୍ତିି ଶେଷ କରି ଚୁକ୍ତିନାମାରେ ସଂଶୋଧନ କରାଇନେବାକୁ ଅନୁମତି ଦେଇଛନ୍ତି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳ । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ ନିୟମ ପାଳନ ନ କରିବାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାର୍ଚ୍ଚ ୧୫ ତାରିଖ ପରେ ଗ୍ରାହକମାନେ, ଖାତା, ୱାଲେଟ, ଫାଷ୍ଟାଗ୍ ଏବଂ ଅନ୍ୟ କ୍ଷେତ୍ରରେ ନୂଆ କରି ଟଙକା ଜମା କରିବା କିମ୍ବା ଟପ୍ଅପ୍ ସ୍ୱୀକାର କରିବାରେ ରୋକ ଲଗାଯାଇଛି ।

ତେବେ ପେଟିଏମ ଅନ୍ୟ ବ୍ୟାଙ୍କ ସହ ଚୁକ୍ତି କରି ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ନିର୍ବିଘ୍ନରେ ସେବା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ପେଟିଏମ ଘୋଷଣା କରିସାରିଛି । ଏହାସହିତ ପେଟିଏମ ଆପ୍ ପେଟିଏମ୍ କ୍ୟୁଆର, ପେଟିଏମ ସାଉଣ୍ଡବକ୍ସ ଏବଂ ପେଟିଏମ କାର୍ଡ ମେସିନ୍ ପୂର୍ବଭଳି ଚାଲୁ ରହିବ ବୋଲି ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.