Paytmରେ ଆସିଲା ନୂଆ ପ୍ରାଇଭେସି ଫିଚର, ଏଣିକି ଲୁଚାଇପାରିବେ ନିଜର ପେମେଣ୍ଟ ହିଷ୍ଟ୍ରୀ, ଜାଣନ୍ତୁ କେମିତି

Paytm ଆପ୍‌ରେ ନୂଆ ପ୍ରାଇଭେସି ଫିଚର ଆସିଛି, ପେଟିଏମର ଏହି ଫିଚର ଜରିଆରେ ୟୁଜର୍ସ ବର୍ତ୍ତମାନ ନିଜ ଟ୍ରାଞ୍ଜାକ୍ସନକୁ ଲୁଚାଇ ପାରିବେ..

ନୂଆଦିଲ୍ଲୀ: ୟୁପିଆଇ ୟୁଜର୍ସଙ୍କ ପାଇଁ Paytm  ଆପରେ ନୂଆ Hide Payment Feature ଯୋଡ଼ିଛି। ଏହି ପ୍ରାଇଭେସି ଫିଚର ଜରିଆରେ ଆପଣ Paytmରୁ କରାଯାଉଥିବା ଟ୍ରାଞ୍ଜାକ୍ସନକୁ ଲୁଚାଇ ପାରିବେ।

ଏହି ଫିଚର ସେହିମାନଙ୍କ ପାଇଁ ଯେଉଁମାନେ ଚାହୁଁନାହାନ୍ତି ଯେ, ତାଙ୍କ ପେଟିଏମ ଆପରୁ କରାଯାଇଥିବା ଟ୍ରାଞ୍ଜାକ୍ସନ କାହାକୁ ଜଣାପଡୁ। ଏହି ଫିଚରର ବ୍ୟବହାର କରି ପେଟିଏମ ୟୁଜର ନିଜ ପେମେଣ୍ଟ ହିଷ୍ଟ୍ରୀକୁ ଯାଇ ନିଜ ପେମେଣ୍ଟ ହିଷ୍ଟ୍ରୀ ହାଇଡ୍ କରିପାରିବେ।

ପେଟିଏମ କହିଛି ଯେ, ଲୁଚାଯାଇଥିବା ପେମେଣ୍ଟ ହିଷ୍ଟ୍ରୀ ୟୁଜର ଯେପର୍ଯ୍ୟନ୍ତ ଚାହିଁବେ ସେପର୍ଯ୍ୟନ୍ତ ସେଭ୍ ରଖିପାରିବେ। ଯାହାଦ୍ୱାରା ଆବଶ୍ୟକ ପଡ଼ିଲେ, ତାକୁ ଚେକ୍ କରାଯାଇପାରିବ।

ଏପରି ଲୁଚାନ୍ତୁ ପେମେଣ୍ଟ ହିଷ୍ଟ୍ରୀ:
-ଆପ୍ କୁ ଯାଇ ବାଲାନ୍ସ ଆଣ୍ଡ ହିଷ୍ଟ୍ରୀର ଅପସନକୁ ସିଲେକ୍ଟ କରନ୍ତୁ।
-ଏଠାରେ ଆପଣଙ୍କୁ ଯେଉଁ ଟ୍ରାଞ୍ଜାକ୍ସକୁ ଲୁଚାଇବାକୁ ପଢିବ, ତାକୁ ଲେଫ୍ଟ ସ୍ୱାଇପ୍ କରନ୍ତୁ।
-ଏହାପରେ ଆପଣଙ୍କୁ ହାଇଡ୍‌ର ଅପସନ ଦେଖାଇବ। ଏହାପରେ ଟ୍ୟାପ କରି ୟେସ୍ କରନ୍ତୁ।
-ଯଦି ଏହି ଅପସନ ଆପଣଙ୍କ ଫୋନରେ ନ ଦେଖାଉଥିଲେ, ଏହାକୁ ଅପଡେଟ୍ କରନ୍ତୁ।