paytm ରେ ମୋବାଇଲ ରିଚାର୍ଜ ପାଇଁ ଦେବାକୁ ହେବ ଚାର୍ଜ, ଜାଣନ୍ତୁ କେତେ ପଡ଼ିବ ଫିସ୍

ଯଦି ଆପଣ ପେଟିଏମ ଦ୍ୱାରା ନିଜର ମୋବାଇଲ ରିଚାର୍ଜ କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର । ପେଟିଏମ ଏହାର ପ୍ଲାଟଫର୍ମରେ ହେଉଥିବା ମୋବାଇଲ ରିଚାର୍ଜ ପାଇଁ ଚାର୍ଜ ନେବା ଆରମ୍ଭ କରିଦେଇଛି । ଏହି ଚାର୍ଜ ୧ ଟଙ୍କାରୁ ୬ ଟଙ୍କା ମଧ୍ୟରେ ରହିଛି । ଏହା ସବୁ ପେଟିଏମ ମୋବାଇଲ ରିଚାର୍ଜ ଉପରେ ଲାଗୁ ହେବ । ଆପଣ ପେମେଣ୍ଟ କରିବା ପାଇଁ ପେଟିଏମ ୱାଲେଟ, ୟୁପିଆଇ, କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡର ବ୍ୟବହାର କରିପାରିବେ । ଗତ ବର୍ଷ ଫୋନପେ ମଧ୍ୟ ମୋବାଇଲ ରିଚାର୍ଜ ଉପରେ ଚାର୍ଜ ଲଗାଇବା ଆରମ୍ଭ କରିଥିଲା ।

ରିପୋର୍ଟ ଅନୂଯାୟୀ ପେଟିଏମ ୧୦୦ ରୁ ଅଧିକ ଟଙ୍କାର ମୋବାଇଲ ରିଚାର୍ଜ ଉପରେ ଚାର୍ଜ ନେଉଛି । ଏହି ଚାର୍ଜ ରିଚାର୍ଜ ପ୍ଲାନ ଉପରେ ନିର୍ଭର କରୁଛି । ଟ୍ୱିଟରରେ ଅନେକ ୟୁଜର୍ସ କହିଛନ୍ତି ଯେ ପେଟିଏମ ମୋବାଇଲ ରିଚାର୍ଜରେ ସରଚାର୍ଜ ନେବା ଆରମ୍ଭ କରିଛି । ଏହି ଅପଡେଟ ମାର୍ଚ୍ଚ ମାସ ଶେଷରେ ୟୁଜର୍ସଙ୍କୁ ମିଳିବା ଆରମ୍ଭ ହୋଇଥିଲା । ଏବେ ଏହା ଅଧିକ ୟୁଜର୍ସଙ୍କୁ ମିଳିବା ଆରମ୍ଭ କରିଛି । ଧୀରେ ଧୀରେ ଏହା ସବୁ ୟୁଜର୍ସଙ୍କୁ ମିଳିପାରେ । ଏବେ ଏହା କିଛି ୟୁଜର୍ସଙ୍କ ପାଇଁ ଲାଗୁ ହୋଇଛି ।

ପେଟିଏମ ଭଳି ଫୋନ ପେ ଗତବର୍ଷ ଅକ୍ଟୋବରରେ ସରଚାର୍ଜ ନେବା ଆରମ୍ଭ କରିଥିଲା । କମ୍ପାନୀ ୫୦ ଟଙ୍କାରୁ ଅଧିକ ମୋବାଇଲ ରିଚାର୍ଜ ଉପରେ ଗ୍ରାହକଙ୍କ ପାଇଁ ପ୍ରୋସେସିଙ୍ଗ୍ ଫିସ୍ ନେଉଛି ।