fbpx

ଆରବିଆଇର ପ୍ରତିବନ୍ଧ ପରେ ଆପଣ ବ୍ୟବହାର କରିପାରିବେ ତ Paytm ଆପ୍ ? ଜାଣିନିଅନ୍ତୁ କେଉଁ ସେବା ମିଳିବ ଓ କେଉଁ ସେବା ମିଳିବନି

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ୟୁଜର୍ସ ବେଶ୍ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ବହୁ ଲୋକ ଏବେ ଭାବୁଛନ୍ତି କି ଖୁବ୍ ଶୀଘ୍ର ପେଟିଏମ୍ ସେବା ବନ୍ଦ ହୋଇଯିବ । କିନ୍ତୁ ପ୍ରକୃତ କଥା ଏହା ନୁହେଁ । ଏଠାରେ କେବଳ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର କେତେକ ସେବା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଯଦି ଆପଣ ପେଟିଏମ୍ ପେମେଣ୍ଟ ଆପ୍‌ର ୟୁଜର ତେବେ ଆପଣଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏହି କ୍ରମରେ ଆସନ୍ତୁ ଜାଣିବା ଆରବିଆଇ ଆଦେଶ ପରେ ପେଟିଏମ୍ ଓ ପେଟିଏମ୍ ବ୍ୟାଙ୍କର କେଉଁ କେଉଁ ସେବା ମିଳିବ ।

ଯଦି ଆପଣଙ୍କର ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ ୨୯ ଫେବୃୟାରୀ ପରେ ଆପଣ ଏହାକୁ ବ୍ୟବହାର କରିପାରିବେ ନାହିଁ । ତେବେ କେନ୍ଦ୍ରୀୟ ବ୍ୟାଙ୍କ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ୟୁଜରଙ୍କୁ ସମୟ ଦେଇଛନ୍ତି । ୟୁଜର ୧୫ ମାର୍ଚ୍ଚ ସୁଦ୍ଧା ନିଜ ଆକାଉଣ୍ଟରୁ ପୁରା ଡିପୋଜିଟ୍ ଉଠାଇ ଆଣିପାରିବେ । ସେହିପରି ଆପଣ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ୱାଲେଟ୍ ଉପଯୋଗ କରିପାରିବେ ନାହିଁ । ୱାଲେଟ୍ ସହିତ ଆପଣଙ୍କ FASTag  ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସହ ଲିଙ୍କ ହୋଇଥିଲେ ତେବେ ଆପଣ ଏହାକୁ ରିଚାର୍ଜ କରିପାରିବେ ନାହିଁ । ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଉପଯୋଗ କରି ଆପଣ ଗିଫ୍ଟ କାର୍ଡ, ପେଟିଏମ୍ ୱାଲେଟ୍ ରିଚାର୍ଜ କିମ୍ବା ଅନ୍ୟ କୌଣସି ସେବା ୟୁଜ୍ କରିପାରିବେ ନାହିଁ ।
କେଉଁ ସେବା ବଜାୟ ରହିବ:
ଏବେ ପ୍ରଶ୍ନ ଉଠୁଛି କି କେଉଁ କେଉଁ ସେବା ବଜାୟ ରହିବ । ଯଦି ଆପଣ କେବଳ ପେଟିଏମ୍ ଆପ୍‌କୁ ୟୁପିଆଇ ଆପ୍ ପରି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଆପଣ ଏହା ଜରିଆରେ କେଉଁଠାକୁ ବି ସହଜରେ ପେମେଣ୍ଟ କରିପାରିବେ । ଏହା ବ୍ୟତିତ ଆପଣ ରିଚାର୍ଜ ବି କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟର ଉପଯୋଗ କରିବାକୁ ହେବ ।

Get real time updates directly on you device, subscribe now.