ସମ୍ବଲପୁର: ବୁର୍ଲା ଭୀମସାର ଛାତରୁ ଡେଇଁ ରୋଗୀଙ୍କ ଜୀବନ ହାରିବା ଉଦ୍ୟମ କରୁଥିଲେ।
ଗୁରୁତର ଅବସ୍ଥାରେ କାଜୁଆଲିଟିରେ ଭର୍ତ୍ତି ହେଲେ ରୋଗୀ।
ଗତକାଲି ନିଜ ତଣ୍ଟି କାଟି ଜୀବନ ହାରିବା ପାଇଁ କରିଥିଲେ ଉଦ୍ୟମ।
କାଲି ଇଏନଟିରେ ଭର୍ତ୍ତି ହୋଇଥିଲେ, ପରେ ସର୍ଜରୀ ୱାର୍ଡ ପଠାଯାଇଥିଲା।
ଆଜି କେଉଁ ପରିସ୍ଥିତିରେ ରୋଗୀ ପ୍ରଥମ ମହଲାରୁ ଯାଇଁ ଡେଇଁଲେ କାରଣ ଅସ୍ପଷ୍ଟ।
ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ବିଜେପୁର ଥାନା ଭାଟିଗାଓଁର।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ତଦନ୍ତ ଜାରି ରଖିଛି। ପରିବାରକୁ ମଧ୍ୟ ପଚରାଉଚରା କରୁଛି ପୋଲିସ।