fbpx

ସମାପ୍ତ ହୋଇଯିବ Pension ଓ Gratuity! ବଦଳିଲା ନିୟମ, ନୋଟିଫିକେସନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ ଦିପାବଳୀ ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ସହିତ ବୋନସ୍ ଉପହାର ଦେଇଥିଲେ । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଏ ବାବଦରେ ଏକ କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛନ୍ତି । କର୍ମଚାରୀଙ୍କ ତ୍ରୁଟି କାରଣରୁ ସେମାନଙ୍କର ପେନସନ ଓ ଗ୍ରାଚୁଇଟି ଉପରେ ରୋକ ଲାଗିପାରେ ।

ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ଚେତାବନୀ ଜାରି କରାଯାଇଛି । ଯଦି କୌଣସି କର୍ମଚାରୀ କାର୍ଯ୍ୟ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରନ୍ତି, ତେବେ ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଅବସର ପରେ ତାଙ୍କର ପେନସନ ଓ ଗ୍ରାଚ୍ୟୁଇଟି ବନ୍ଦ କରି ଦିଆଯିବ । ଏହି ଆଦେଶ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବ । ଆଗାମୀ ଦିନରେ ରାଜ୍ୟମାନେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିପାରନ୍ତି ।

କେନ୍ଦ୍ର ସରକାରଙ୍କ ନିକଟରେ ସେଣ୍ଟ୍ରାଲ ସିଭିଲ ସର୍ଭିସେସ (ପେନସନ) ନିୟମକୁ ନେଇ ଏକ ନୋଟିଫିକେସନ ଜାରି କରିଛନ୍ତି । କେନ୍ଦ୍ର ସରକାର ଗତ ୨୦୨୧ରେ ସିସିଏସ (ପେନସନ) ନିୟମରେ ପରିବର୍ତ୍ତନ କରିଥିଲେ । ସେଥିରେ ନୂଆ ପ୍ରାବଧାନ ଯୋଡ଼ା ଯାଇଥିଲା । ତେବେ ନୂଆ ନୋଟିଫିକେସନରେ କୁହାଯାଇଛି, ଯଦି କୌଣସି କେନ୍ଦ୍ର କର୍ମଚାରୀ ନିଜର ସେବା କାଳରେ କୌଣସି ଗମ୍ଭୀର ଅପରାଧ ବା ଦାୟିତ୍ୱହୀନତା ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅବସର ପରେ ତାଙ୍କୁ ଗ୍ରାଚୁଇଟି ଓ ପେନସନ ମିଳିବ ନାହିଁ । ଏହି ପରିବର୍ତ୍ତିତ ନିୟମ ବାବଦରେ ସମସ୍ତ ସମ୍ବନ୍ଧିତ ପ୍ରାଧିକରଣଙ୍କୁ ଅବଗତ କରାଯାଇଛି ।

Get real time updates directly on you device, subscribe now.