ନୂଆଦିଲ୍ଲୀ : ସେପ୍ଟେମ୍ବର ମାସ ଆସିଲା ପରେ ଲୋକମାନେ ଆଇଫୋନକୁ ଆପକ୍ଷାରେ ରହିଥାନ୍ତି । ଆଇଫୋନ ପ୍ରେମୀମାନେ ଏହାକୁ ଚାହିଁ ରହିଥାନ୍ତି କେତେବେଳେ ନୂଆ ଆଇଫୋନ ଲଞ୍ଚ ହେବ । ଯେତେବେଳେ ଏହା ବଜାରକୁ ଆସିଥାଏ ସେତେବେଳ ଲୋକମାନେ ଏହାକୁ କିଣିବାକୁ ଲାଇନରେ ଠିଆ ହୁଅନ୍ତି । ଏଥର କମ୍ପାନୀ ଏହାର ୧୫ ତମ ମଡେଲ ଲଞ୍ଚ କରିଛି । ୨୨ସେପ୍ଟେମ୍ବରକୁ ବଜାରରେ ଆଇଫୋନ -୧୫, ଆଇଫୋନ-୧୫ ପ୍ଲସ, ଆଇଫୋନ ୧୫ ପ୍ରୋ ଏବଂ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ ଲଞ୍ଚ ହୋଇଥିଲା । ଏହାକୁ କିଣିବା ପାଇଁ ଲୋକମାନେ ୨୧ ତାରିଖରୁ ଲାଇନ ଲଗାଇଥିଲେ । ଆପେଲ କମ୍ପାନୀ ଭାରତରେ ୨ଟି ଷ୍ଟୋର ଦେଇଛି । ଗୋଟିଏ ମୁମ୍ବାଇରେ ଥିବା ବେଳେ ଅନ୍ୟଟି ଦିଲ୍ଲୀରେ ଅଛି ।
ଏହା ଛଡା ଭାରତରେ ଥିବା ଅନେକ ଷ୍ଟୋର ମଧ୍ୟ ଆଇଫୋନ ବିକ୍ରି କରନ୍ତି । ଦିଲ୍ଲୀର କମଲ ନଗରରେ ଏକ ଷ୍ଟୋର ଅଛି ସେଠାରୁ ମଧ୍ୟ ଲୋକମାନେ ଆଇଫୋନ କିଣିବା ପାଇଁ ଲାଇନରେ ଠିଆ ହୋଇଥିଲେ । ଏଠାରେ ଲୋକମାନେ ଆଇଫୋନ କିଣିବା ପହଞ୍ଚିଥିଲେ । ସେଠାରେ ଲୋକମାନଙ୍କୁ ଆଇଫୋନ କିଣିବା ପାଇଁ ଡେରି ହୋଇଥିଲା । ଯାହା ଫଳରେ ସେଠାରେ ଥିବା ଲୋକମାନେ ଦୋକାନୀକୁ ପିଟିଥିଲେ । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପରେ ଦୋକାନୀ ଜଣକ ପୋଲିସରେ ଗ୍ରାହକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏବେ ଆଇଫୋନରେ ୟୁଏସବି ଟାଇପ ସି ଚାର୍ଜରର ପାର୍ଟ ମଧ୍ୟ ଦେଇଛି । ଏହାର ଡିମାଣ୍ଡ ଅନେକ ଦିନରୁ ୟୁଜର କରି ଆସୁଥିଲେ । ଯଦି ଆପଣ ଦିଲ୍ଲୀ କିମ୍ବା ମୁମ୍ବାଇରେ ରହୁଛନ୍ତି ତେବେ ଆପଣ ଆଇ ଫୋନ ୧୫ ଆପଣ ଷ୍ଟୋରରୁ କିଣି ପାରିବେ । ଯଦି ଆପଣ ଆଇଫୋନ ୧୫ ସିରିଜରେ ଆପଣ ଆଇଫୋନ ୧୫ ଏବଂ ୧୫ ପ୍ଲସ କିଣିବାକୁ ୱେବସାଇଟର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଟ୍ରେଡ-ଇନ ଅଫର ମଧ୍ୟ ମିଳି ପାରିବ । ଏହି ଅଫର ଦ୍ୱାରା ଆପର ପୁରୁଣା ଫୋନକୁ ଏକ୍ସଚେଞ୍ଜ କରି ଆପଣ ଡିସକାଉଣ୍ଟ ମଧ୍ୟ ପାଇପାରିବେ ।