fbpx
BJD SKY
BJD SKY

ଗାଡିରେ ଲଗାଇ ପାରିବେନି ବିକଟାଳ ହର୍ଣ୍ଣ: ଧରା ପଡିଲେ ଗଣିବେ ମୋଟା ଅଙ୍କର ଜରିମାନା

BJD

ଭୁବନେଶ୍ୱର: ଟ୍ରାଫିକ ରୁଲ ବହିରେ ଯୋଡି ହେଉଛି ନୂଆ ଫର୍ଦ୍ଦ । ଏଣିକି ବାଳୁଙ୍ଗା ଗୋଷ୍ଠୀଙ୍କୁ ଲାଗିବ ଶକ୍ତ ଝଟକା । ଗାଡିରେ ଲାଗି ପାରିବନି କୌଣସି ବିକଟାଳ ଶବ୍ଦ । ନଚେତ ପଡିଯିବ ଖୁବ ମହଙ୍ଗା । ଯାନବାହନରେ ଏବେ ହର୍ଣ୍ଣକୁ ନେଇ ଲାଗୁ ହୋଇଛି ନୂଆ ନିୟମ । ବିକଟାଳ ଶବ୍ଦ ଲଗାଇଲେ ଗଣିବାକୁ ହେବ ମୋଟା ଅଙ୍କର ତଣ୍ଡ ।

ଏଣିକି ସାବଧାନ ହୋଇଯାଆନ୍ତୁ ଗାଡି ଚାଳକ । ଆଗକୁ ଗାଡିରେ ବିକଟାଳ ଶବ୍ଦ କରୁଥିବା କୌଣସି ହର୍ଣ୍ଣ ଲଗାଇ ପାରିବେନି କୌଣସି ବ୍ୟକ୍ତି । ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଏମିତି ଏକ ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ତେବେ ଏ ନେଇ ଆରମ୍ଭ ହେବ ଏକ ସ୍ୱତନ୍ତ୍ର ଡ୍ରାଇଭ । ନିୟମ ଉଲ୍ଲଙ୍ଘନକାରୀମାନଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ମୋଟା ଆକାରର ଫାଇନ ସହିତ ଜେଲ ଦଣ୍ଡ ମଧ୍ୟ ଭୋଗିପାରନ୍ତି ଗାଡି ଚାଳକ ।

Get real time updates directly on you device, subscribe now.