fbpx

BCCI ଅଧ୍ୟକ୍ଷ ପଦ ଛାଡିବାକୁ ନେଇ ଦାଦାଙ୍କୁ ଟ୍ରୋଲ: ମନେ ପକାଇଦେଲେ ବର୍ଷେ ତଳର କଥା

ବିସିସିଆଇର ସଭାପତି ପଦ ଛାଡ଼ିବାକୁ ଯାଉଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବା ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି । ପଦ ଛାଡ଼ିବାକୁ ନେଇ ସବୁ ପ୍ରସ୍ତୁତି ମଧ୍ୟ ହୋଇସାରିଛି । ଏଣିକି ଦାଦାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପର ହିରୋ ରୋଜର ବିନି ହେବାକୁ ଯାଉଛନ୍ତି ବିସିସିଆଇର ସଭାପତି । ଏହାକୁ ନେଇ ଗାଙ୍ଗୁଲି ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି । ତେବେ ସବୁଠୁ ଅଧିକ ଟ୍ରୋଲ କରିବାରେ ଲାଗିଛନ୍ତି ବିରାଟ କୋହଲିଙ୍କ ଫ୍ୟାନ ମାନେ । ସେମାନେ କହିଛନ୍ତି ଯେ, ତୁମ ଭଳି ବିରାଟ ବି ଅଧିନାୟକ ପଦ ଛାଡ଼ିବାକୁ ଚାହୁଁନଥିଲେ । ହେଲେ ଶେଷରେ ସେ ପଦ ଛାଡିବା ପାଇଁ ବାଧ୍ୟ ହୋଇଗଲେ ।
ସୂଚନା ମୁତାବକ, ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ପଦ ଛାଡ଼ିବାକୁ ଚାହୁଁ ନାହାଁନ୍ତି । କିନ୍ତୁ ବୋର୍ଡର ଅନ୍ୟ ସଦସ୍ୟମାନେ ତାଙ୍କର ବିକଳ୍ପ ଖୋଜିବା ଆରମ୍ଭ କରି ଦେଇଛନ୍ତି । ତେଣୁ ବାଧ୍ୟ ହୋଇ ସୌରଭଙ୍କୁ ତାଙ୍କ ପଦ ଛାଡ଼ିବାକୁ ହେବ । ତେବେ ଗାଙ୍ଗୁଲିଙ୍କ ସହ ଏଭଳି ନିଷ୍ପତ୍ତିକୁ ନେଇ ଖୁବ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଙ୍ଗୁଲିଙ୍କ ଫ୍ୟାନ । ସେପଟେ କିଛି ଲୋକ ଏଭଳି ଘଟଣାକୁ କର୍ମା ଷ୍ଟ୍ରାଇକ୍ସ ବ୍ୟାକ ବୋଲି କହି ଯ୍ରୋଲ କରିବାରେ ଲାଗିଛନ୍ତି । ବିରାଟ କୋହଲିଙ୍କ ସହ ଏହି ପରିସ୍ଥିତିକୁ ସେ ତୁଳନା କରିଛନ୍ତି ।
ଗତବର୍ଷ ଟି ୨୦ ବିଶ୍ୱକପ୍ ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଏହାପୂର୍ବରୁ ବିରାଟ ଏ ନେଇ ଘୋଷଣା କରିଥିଲେ । ଏହାପରେ ବିସିସିଆଇ ବିରାଟଙ୍କ ହାତରୁ ଦିନିକିଆରେ ଅଧିନାୟକ ପଦକୁ ବି ଛଡ଼ାଇ ନେଲା । ଯାହାକୁ ନେଇ ବିରାଟ ମଧ୍ୟ ଟିମ ମ୍ୟାନେଜମେଣ୍ଟ ଉପରେ ନାରାଜ ହୋଇଥିଲେ । ଏହାପରେ ସାଉଥ ଆଫ୍ରିକା ଟେଷ୍ଟ ସିରିଜ ଚାଲିଥିବା ସମୟରେ ଟେଷ୍ଟରୁ ମଧ୍ୟ ଅଧିନାୟକ ପଦ ଇସ୍ତଫା ଦେଇଥିଲେ ।

ତେବେ ଏନେଇ ବିରାଟ କୋହଲିଙ୍କ ଫ୍ୟାନ୍ଙ୍କ କହିବା ମୁତାବକ ବିରାଟଙ୍କ ପଦକୁ ଯୋର ଜବରଦସ୍ତି ଛଡ଼ାଇ ନିଆଯାଇଛି । ଏଥିରେ ଗାଙ୍ଗୁଲିଙ୍କର ପୁରା ହାତ ରହିଥିଲା । ଗାଙ୍ଗୁଲିହିଁ ବିରାଟ ଙ୍କ ଅଧିନାୟକ ପଦରୁ ହଟାଇବା ପାଇଁ । ଆଉ ଏବେ ବିସିସିଆଇରୁ ଗାଙ୍ଗୁଲିଙ୍କୁ ଯେତେବେଳେ ବାହାର କରାଯିବାକୁ ଯାଉଛି ଠିକ ସେତିକିବେଳେ ବିରାଟଙ୍କ ଫ୍ୟାନ ମାନେ କହିଛନ୍ତିକି କର୍ମା ଷ୍ଟ୍ରାଇକ୍ସବ୍ୟାକ୍ । ବିସିସିଆଇ ଗାଙ୍ଗୁଲି ସହ ଯାହା କରିଛି ଠିକ୍ ସେମିତି ଗତ ବର୍ଷ ବିରାଟଙ୍କ ସହ ଗାଙ୍ଗୁଲି କରିଥିଲେ ।

Get real time updates directly on you device, subscribe now.