fbpx
BJD SKY
BJD SKY

ରାସ୍ତା ଉପରେ ହେଲା ଭୟଙ୍କର ଟ୍ରକ୍ ଦୁର୍ଘଟଣା… ପରେ ଘଟିଲା ଲଙ୍କାକାଣ୍ଡ..

BJD

ଜାତୀୟ ରାଜପଥରେ ହେଲା ଲଙ୍କାକାଣ୍ଡ । ବଲାଙ୍ଗୀର ସହର ସତ୍ୟନାରାୟଣପଡା ଠାରେ ଶୁକ୍ରବାର ରାତିରେ ଏକ ବଡ ଲୁହା ମେସିନ ବୋଝେଇ ଟ୍ରକରେ ବାଡେଇ ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଜଣଙ୍କ ହେଲେ ବରଗଡ ଜିଲ୍ଳା ଡାଙ୍ଗବାହାଲ ଗ୍ରାମର କୃଷ୍ଣଚନ୍ଦ୍ର ଭୋଇ । ତେବେ ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି  ।

ଉତ୍ତ୍ୟକ୍ତ ଲୋକେ ବଲାଙ୍ଗୀର-ସମ୍ବଲପୁର ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି  । ସହରରେ ବାଇପାସ୍ ରାସ୍ତା ନ ଥିବାରୁ ମାଲବାହୀ ଗାଡି ସହର ମଧ୍ୟ ଦେଇ ଯାଉଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ହୋଇ ଅନେକ ଧନଜୀବନ ନଷ୍ଟ ହେଉଛି । ଏହାକୁ ନେଇ ଅନେକ ଥର ବାଇପାସ୍ ରାସ୍ତା ନିର୍ମାଣ କରାଯିବା ନେଇ ଦାବି ହେଉଛି । ହେଲେ ତାହା ଏଯାବତ ହୋଇନାହିଁ । ଏବେ ଏଠାରେ ପୁଣି ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି  ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ବାଇପାସ ରାସ୍ତା ନିର୍ମାଣ ଦାବିରେ ଲୋକେ ରାସ୍ତାରୋକ୍ କରିଛନ୍ତି  । ଏପରିକି ଦୁର୍ଘଟଣା ଘଟାଇଥିବା ଟ୍ରକରରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଫଳରେ ବଲାଙ୍ଗିର-ସମ୍ୱଲପୁର ରାଜରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି  । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଥିବା ଦେଖିବାକୁ ମିଳିଛି । ତହସିଲଦାର ସ୍ଥାନୀୟ ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିନଥିଲା । ଶେଷରେ ପୋଲିସକୁ ବାଧ୍ୟ ହୋଇ ଲାଠି ଚାଳନା କରି ଆନ୍ଦୋଳନ କାରୀଙ୍କୁ ଘଉଡ଼ାଇ ଥିଲା । କିଛି ସମୟ ପରେ ପୁଣି ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା ।

Get real time updates directly on you device, subscribe now.