fbpx

ଆଜି ପହିଲି ରଜ: ସକାଳୁ ସକାଳୁ ଚଳଚଞ୍ଚଳ ରାଜଧାନୀ, ପିଠାପଣା ଓ ପାନର ମହକରେ ସମସ୍ତେ ମତୁଆଲା

ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ । ନାନା ପ୍ରକାରର ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର ମଜା । ଦୁ ନୂଆ ପୋଷାକ, ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜ ହେଉଛନ୍ତି ଓଡ଼ିଆଣୀ। ସେପଟେ ଘରେ ପୋଡପିଠା, ମଣ୍ଡା, ଏଣ୍ଡୁରୀ, ଚକୁଳି, ଆରିସା ଇତ୍ୟାଦି ପିଠା ସାଙ୍ଗକୁ ମିଠାର ବାସନାରେ ଗାଁ ଦାଣ୍ଡ ମହକି ଉଠୁଛି । ଏସବୁ ପରେ ରଜପାନ ପର୍ବକୁ ସମ୍ପୂର୍ଣ୍ଣ ନିଆରା କରି ଦେଇଛି ।

ଆଜି ପହିଲି ରଜ, ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ରଜଗୀତ ଶୁଭୁଛି, ଘରେ ଘରେ ପିଠାପଣାରେ ଆସର ଜମିଛି । ପୃଥିବୀମାତାଙ୍କ ଉପାସନା ସହିତ ନାରୀଜାତିକୁ ସମ୍ମାନ ପାଇଁ ପାଳନ ହୁଏ ରଜ ପର୍ବ । ନାରୀର ସଙ୍ଘର୍ଷ, ତାର କଷ୍ଟ, ଯନ୍ତ୍ରଣା ଆଉ ତ୍ୟାଗକୁ ସମ୍ମାନ ଜଣାଇବାର ଏକ ପର୍ବ । କାମ ଧନ୍ଦାରୁ ଟିକିଏ ଅବସର ନେଇ ନାରୀ ଜୀବନକୁ ଉପଭୋଗ କରିବାର ସୁଯୋଗ ଦେବା ପାଇଁ ପର୍ବକୁ ନାରୀମାନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ।

ଏହି ରଜ ପର୍ବ ୩ ଦିନ ଧରି ପାଳିତ ହେଉଥିବାବେଳେ ଛୋଟ ଛୁଆଠୁ ବୁଢା ବୁଢି ଯାଏ ସମସ୍ତେ ଖୁସିର ସହ ଏହି ପର୍ବ ପାଳନ କରିଥାନ୍ତି । କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ରଜ ପବ ବେସ ଧୁମ୍ ଧାମରେ ପାଳିତ ହେଉଛି । ରାଜ୍ୟ ବାହାରେ ତଥା ଦେଶ ବାହରେ ଥିୁବା ପ୍ରବାସୀ ଓଡିଆ ମାନେ ସେଠାରେ ମଧ୍ୟ ରଜ ପର୍ବ ପାଳନ କରିଛନ୍ତି ।

Get real time updates directly on you device, subscribe now.