(Video) ନେତା-ମନ୍ତ୍ରୀକୁ ଦେଖି ଗୋଡ଼ାଇଲେ ଲୋକେ; ‘ରୋଡ୍ ନାହିଁ ତ ଭୋଟ୍ ନାହିଁ’ କହି ଗାଁରେ ପଶିବାକୁ ଦେଲେନି

ବାଲେଶ୍ୱର: ଅଭିଶପ୍ତ ଗାଁ ଅର୍ଜୁନୀ, ଗାଁକୁ ନା ଅଛି ରାସ୍ତା, ନା ପାଣି, ନା ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ବାସଗୃହ, ଗାଁରେ ୮୦ ରୁ ଅଧିକ ଲୋକ ବସବାସ କରୁଥିଲେ ବି ସରକାରୀ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ । ଗାଁରେ ମୌଳିକ ସୁବିଧା ନଥିବାରୁ ଭୋଟ ବର୍ଝନ କରିବେ ବୋଲି ଦେଇଛନ୍ତି ଚେତାବନୀ । ଆସନ୍ତୁ ପରଖିବା ଅଭିଶପ୍ତ ଅର୍ଜୁନୀ ଗାଁର ବିକଳ ଚିତ୍ର ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚ୍ୟାତର ଆଭିଶପ୍ତ ଗାଁ ଅର୍ଜୁନୀ । ବସ୍ତା ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୁରରେ ଅବସ୍ଥିତ ଏହି ଗାଁ । ଗାଁରେ ବସବାସ କରନ୍ତି ୧୫ ପରିବାରରୁ ୮୦ ରୁ ଅଧିକ ଲୋକ ।

ସ୍ୱାଧିନତାର ୭୬ ବର୍ଷ ପରେ ମଧ୍ୟ ଏହି ଗାଁ ବିକାଶ ଠାରୁ ବହୁ ଦୁରରେ । ଗାଁକୁ ନା ଅଛି ରାସ୍ତା, ନା ଅଛି ପାଣି, ନା ମିଳିପାରୁଛି ଶିକ୍ଷା ସ୍ୱସ୍ଥ୍ୟ ଭଳି ମୌଳିକ ସୁବିଧା, ସବୁଠାରୁ ବଡକଥା ହେଉଛି ମୁଣ୍ଡଗୁଞ୍ଜିବା ପାଇଁ ସରକାରଙ୍କ ଆବାସ ଯୋଜନରରେ ନାହିଁ ଘର ଖଣ୍ଡିଏ । ଯାହା ଫଳରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମର ଗ୍ରାମବାସୀ । ଗାଁକୁ ସ୍ଥାୟୀ ରାସ୍ତା ନଥିବାରୁ ଯୋଉଁ ଜମି ହିଡରେ ଲୋକେ ଯାତାୟତ କରୁଛନ୍ତି ସେଥିରେ ଗାଡି ମଟରତ ଦୁରର କଥା ଚାଲି ଚାଲି ଯିବା ମଧ୍ୟ କଷ୍ଟ । ଗାଁରେ ଲୋକଙ୍କ ପାଇଁ ପାନୀୟ ଜଳ ସୁବିଧା ନଥିବାରୁ ବହୁ ଦାବି ପରେ ୨ ବର୍ଷ ତଳେ ସୋଲାର ମାଧ୍ୟମରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ମାତ୍ର ତାହା ବର୍ଷେ ତଳୁ ଅକାମୀ ହୋଇଥିଲେ ମଧ୍ୟ କେହି ମରାମତି କରୁନାହାନ୍ତି ।

ଯୋଉଁ ଗୋଟିଏ ନଳକୁପ ଅଛି ସେଥିରୁ ବାହାରୁଥିବା ପାଣି ଅସନା ଓ ଦୁର୍ଗନ୍ଧ ହେଉଥିବାରୁ ବ୍ୟବହାର ଉପଯୋଗି ନୁହେଁ । ଗାଁରେ ସ୍କୁଲ କିମ୍ବା ଅଙ୍ଗନବାଡି ନଥିବାରୁ ସମସ୍ତ ଲୋକ ନିରକ୍ଷର,ଗାଁ ଠାରୁ ଅଙ୍ଗନବାଡି କିମ୍ବା ସ୍କୁଲ ୨ ରୁ ୩ କିଲୋମିଟର ଦୁରରେ ରହିଥିବାରୁ ଏପଟେ ରାସ୍ତା ନଥିବାରୁ ପାଠ ପଢିବା ପାଇଁ ଯାଇ ପାରୁ ନାହାନ୍ତି ପିଲା । ଯାହା ଫଳରେ ଶିକ୍ଷା ଏମାନଙ୍କ ପାଇଁ ଅପହଞ୍ଚ । ଗାଁକୁ ରାସ୍ତା ନଥିବାରୁ ରୋଗ ହେଲେ ଡାକ୍ତରଖାନା ଯିବା ପାଇଁ ଖଟିଆ ହେଉଛି ଏମାନଙ୍କର ଭରଷା । ନେତା ମନ୍ତ୍ରୀଙ୍କୁ ଯେତେ ଗୁହାରି କଲେ ମଧ୍ୟ ଫଳ ଶୁନ । ନିର୍ବାଚନ ଆସିଲେ ନେତା ଆସନ୍ତି ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶୃତି ମଧ୍ୟ ଦିଅନ୍ତି । ଆଉ ନିର୍ବାଚନ ସରିଗଲେ ପ୍ରତିଶୃତି ପ୍ରତିଶୃତିରେ ରହିଯାଏ । କେବେବିି ଏହି ଗାଁରେ ନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପାଦ ପଡେନି ବୋଲି କହିଛନ୍ତି ଏହି ଗାଁର ଗ୍ରାମବାସୀ ।