ସରକାରଙ୍କୁ କଙ୍ଗନାଙ୍କ ନିଶାନା, “ଗଧିଆ ସରକାରଙ୍କ କବଳରୁ ଲୋକଙ୍କୁ ବାହାରିବାକୁ ପଡ଼ିବ”

ଘରେ ରହୁନାହାନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ, ହେଲେ ଦେଉଛନ୍ତି ମାସିକ ଏକ ଲକ୍ଷ ଟଙ୍କାର ବିଜୁଳି ବିଲ୍।

ନୂଆଦିଲ୍ଲୀ: ଆପଣଙ୍କ ଘରକୁ ପ୍ରତିମାସ ବିଜୁଳି ବିଲ୍ କେତେ  ଆସୁଛି। ଅତି ବେଶୀରେ ୫୦୦ ରୁ ୧୦୦୦ ଟଙ୍କା ଆସୁଥିବ। ଆଉ ହଜାରେ ଟଙ୍କା ତ ଜଣେ ମଧ୍ୟବିତ ଶ୍ରେଣୀର ପରିବାର ପାଇଁ ବୋହୁତ ଅଧିକ। ଆଉ ଏହି ସମୟରେ ଯଦି ଆପଣଙ୍କ ଘରକୁ ମାସିକ ଇଲେକ୍ଟ୍ରି ବିଲ୍ ଏକ ଲକ୍ଷ ଟଙ୍କା ଆସିବ। ତାହାଲେ ଆପଣମାନେ କ’ଣ କରିବେ।

ତାହା ପୁଣି ଆପଣ ଘରେ ରହୁନଥିବେ। ବିଜୁଳି ବିଲ୍ ଦେଖି ନିଶ୍ଚିତ ଭାବରେ ଆପଣଙ୍କ ହୋସ୍ ଉଡିଯିବ। ଠିକ୍ ସେମିତି ବଲିଉଡର ଆଗଧାଡିର ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ସେ ନିଜ ରାଜନୈତିକ କାର୍ଯ୍ୟ ଏବଂ ଫିଲ୍ମ କାମରେ ପ୍ରାୟ ସମୟ ବାହାରେ ରହୁଛନ୍ତି। ହେଲେ ତାଙ୍କ ପାଖକୁ ଘରର ବିଜୁଳି ବିଲ୍ ମାସିକ ଲକ୍ଷେ ଟଙ୍କା ଆସିଛି।

ଲକ୍ଷେ ଟଙ୍କା ବିଜୁଳି ବିଲ୍: ହଁ ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ବଲିଉଡର ଆଗଧାଡିର ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ପ୍ରାୟ ସମୟରେ ବାହାରେ ରହୁଛନ୍ତି। ନିଜ କାମ ପାଇଁ ।

ଘରେ ରହୁଛନ୍ତି କୋଚିତ୍। ତେଣୁ ତାଙ୍କ ଘର ପ୍ରାୟ ସମୟରେ ବନ୍ଦ ହୋଇ ରହୁଛି। ସେହି ଅନୁସାରେ ଏଲେକ୍ଟ୍ରି ବିଲ୍ ମଧ୍ୟ କମ୍ ଆସିବା କଥା। ହେଲେ ତାଙ୍କ ଘରର ବିଜୁଳି ବିଲ୍ ମାସିକ ଏକ ଲକ୍ଷ ଟଙ୍କା ଆସିଛି। ଯାହାକୁ ଦେଖି ନିଜେ ଚକିତ ହୋଇଯାଇଛନ୍ତି କଙ୍ଗନା।

ସରକାରଙ୍କୁ ନିଶାନା: ତେବେ ଏନେଇ କଙ୍ଗନା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କଙ୍ଗନା ରାଣାୱତ ତାଙ୍କ ମନାଲି ଘର ପାଇଁ ମିଳିଥିବା ମୋଟା ଅଙ୍କର ବିଦ୍ୟୁତ୍ ବିଲ୍ ପାଇଁ କଂଗ୍ରେସ ନେତୃତ୍ୱାଧୀନ ହିମାଚଳ ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି।

ହିମାଚଳ ପ୍ରଦେଶର ମଣ୍ଡିରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ କଙ୍ଗନା କହିଛନ୍ତି- ଏହି ମାସରେ ମନାଲିରେ ଥିବା ମୋ ଘର ପାଇଁ ମୁଁ ୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ପାଇଛି, ଯେଉଁଠାରେ ମୁଁ ରହୁନାହିଁ।

ପରିସ୍ଥିତି ଏତେ ଖରାପ ହୋଇଗଲାଣି। ମୋ ଭାଇ-ଭଉଣୀମାନଙ୍କୁ ଏତିକି ଅନୁରୋଧ ରାଜ୍ୟର ଉନ୍ନତି ପାଇଁ କାମ କରନ୍ତୁ। ରାଜ୍ୟ ସରକାର ହେଉଛନ୍ତି ଗଧିଆ ଏବଂ ମନାଲିର ଲୋକମାନଙ୍କୁ ସେମାନଙ୍କ କବଳରୁ ବାହାରିବାକୁ ପଡିବ।