ଭାରତର ଲୋକେ ବୋହୁତ ଦୁଃଖୀ, ଭାରତରୁ ହଜିଯାଇଛି ସବୁ ଖୁସି
କାହିଁକି ଅନ୍ୟ ଦେଶ ତୁଳନାରେ ଖୁସିର ତାଲିକାରେ ପଛରେ ରହିଛି ଭାରତ? କାହିଁକି ଖୁସି ହୋଇପାରୁନାହାନ୍ତି ଭାରତୀୟ? ଉଦାସିନତା, ବ୍ୟସ୍ତତା ଏବଂ ଦୁଃଖି ରହିବା ପଛର କାରଣ କଣ ?
ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ବିଶ୍ୱରେ ଖୁସି ତାଲିକା। କେଉଁ ଦେଶ କେତେ ଖୁସି ଅଛି। ଯେଉଁଥିରେ ୧୧୮ ତମ ସ୍ଥାନରେ ରହିଛି ଭାରତ। ଏହାର ଅର୍ଥ ଭାରତୀୟ ଲୋକେ ଖୁସିରେ ନାହାନ୍ତି। ହେଲେ ଏହାର କାରଣ କ’ଣ? କାହିଁକି ଖୁସି ହୋଇପାରୁନାହାନ୍ତି ଭାରତୀୟ?
କାହିଁକି ଅନ୍ୟ ଦେଶ ତୁଳନାରେ ଖୁସିର ତାଲିକାରେ ପଛରେ ରହିଛି ଭାରତ ? ଉଦାସିନତା, ବ୍ୟସ୍ତତା ଏବଂ ଦୁଃଖି ରହିବା ପଛର କାରଣ କଣ ? କାହିଁକି ଫିନଲ୍ୟାଣ୍ଡ ପରି ଖୁସିରେ ରହି ପାରୁନାହାନ୍ତି ଭାରତର ଲୋକେ ?
ଖୁସିରେ ନାହାନ୍ତି ଭାରତୀୟ: ତେବେ ଏହି ଚର୍ଚ୍ଚା ଏବେ ସବୁଠି। କାହିଁକି ଭାରତରୁ ହଜିଯାଇଛି ଖୁସି? କ’ଣ ପାଇଁ ଖୁସି ହୋଇପାରୁନି ଆମେ ଦେଶ। ଏହାପଛର କାରଣ କ’ଣ। ଆଉ ଯେତେବେଳେ ବିଶ୍ୱର ଖୁସି ତାଲିକା ପ୍ରକାଶ ପାଇଛି, ଆଉ ଭାରତ ୧୧୮ ତମ ସ୍ଥାନରେ ରହିଛି।
ସେତେବେଳେ ଖୁସି ଖୋଜିବାକୁ ପୁନଶ୍ଚ ପ୍ରୟାସ ଜାରି ରହିଛି। ତେବେ ଆପଣ କ’ଣ ଜାଣିଛନ୍ତି କାହିଁକି ଖୁସିରେ ନାହାନ୍ତି ଭାରତୀୟ? ଏ ପ୍ରଶ୍ନ ଯେବେ ମନକୁ ଆସେ ସେବେ ଭାରତୀୟମାନେ ଖୁସି ନଥିବା ପଛରେ ଅନେକ କାରଣ ସାମ୍ନାକୁ ଆସେ।
ଖୁସି ନହେବାର କାରଣ: ପ୍ରଥମ କାରଣ ହେଉଛି ଦୈନନ୍ଦୀନ ଜୀବନ, କର୍ମମୟ ଜୀବନ ଦିନକୁ ଦିନ ଅଧିକ ଚାପଗ୍ରସ୍ତ କରୁଛି। ପାରିବାରିକ ଏବଂ ଆର୍ଥିକ ସ୍ଥିତିକୁ ନେଇ ଭାରତୀୟମାନେ ଚିନ୍ତାଗ୍ରସ୍ତ ହେଉଛନ୍ତି। ରୋଜଗାର ନମିଳିବା ଏବଂ ବେକାରୀ ସମସ୍ୟା ବୃଦ୍ଧି ପାଇବା ଦୁଃଖର ଏକ ପ୍ରମୁଖ କାରଣ।
ପାରିବାରିକ ସମସ୍ୟା, ପତି-ପତ୍ନୀଙ୍କ ଭିତରେ ଘରୋଇ କଳି। ଦୁର୍ବଳ ଅର୍ଥନୈତିକ ସ୍ଥିତି, ନିମ୍ନମୁଖୀ ଜିଡିପି, ମାତ୍ରାଧିକ ଦରବୃଦ୍ଧି ଆଦି ନାଗରିକଙ୍କୁ ଅସୁଖୀ ଓ ଉଦାସ ରଖେ। ଭବିଷ୍ୟତକୁ ନେଇ ଅନିଶ୍ଚିତତା ପ୍ରକାଶ କରିବା, ଅଯଥା ଆତଙ୍କିତ ହେବା ଉଦାସ ହେବାର ଲକ୍ଷଣ। ଅଯଥା କାମନା ଓ ଲାଳସା ଜୀବନକୁ ଭାରାକ୍ରାନ୍ତ କରିଦିଏ, ଏହା ଖୁସି କମେଇବାର କାରଣ ମଧ୍ୟ।