ମହାନଦୀ ଘାଟରେ ଦୁଇଟି ଘଡ଼ିଆଳ କୁମ୍ଭୀର, ନଜର ରଖିଛି ବନ ବିଭାଗ

କଟକ ନୂଆପାଟଣା ପଞ୍ଚାୟତ ଅଞ୍ଚଳରେ କୁମ୍ଭୀର ଆତଙ୍କ ।

ଭୁବନେଶ୍ବର: ମହାନଦୀ ଘାଟରେ କୁମ୍ଭୀର ଆତଙ୍କ । କଟକ ନୂଆପାଟଣା ପଂଚାୟତ ମହାନଦୀ ଘାଟରେ କୁମ୍ଭୀର ଆତଙ୍କ ଦେଖାଯାଇଛି ।

ଦୁଇଟି ବଡ଼ ଘଡ଼ିଆଳ କୁମ୍ଭୀର ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗାଁର କିଛି ଲୋକ ଗୋଧୋଇବାକୁ ଯାଇଥିବା ବେଳେ କୁମ୍ଭୀର ଦେଖିଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଯାଇଛି ।

ଏନେଇ ନରସିଂହପୁର ବନ ବିଭାଗକୁ ଖବର ଦିଆଯାଇଥିବା ସୂଚନା ମିଳିଛି । କେହି ନଦୀକୁ ମାଛ ମାରିବା ଏବଂ ଗାଧୋଇବାକୁ ନଯିବାକୁ ଆଠଗଡ଼ ACF କହିଛନ୍ତି ।

କୁମ୍ଭୀର ଉପରେ ନଜର ରଖିଛି  ବନବିଭାଗ । କେହି ଆତଙ୍କିତ ନହେବାକୁ ପରାମର୍ଶ ଦିଆଯିବା ସହିତ ଜାଲ ପକାଇବାକୁ ମଧ୍ୟ ବାରଣ କରାଯାଇଛି ।