fbpx

କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଅଧିବାସୀ

ସୋନପୁର: ବିନିକା ମନ୍ଦିର ଚୋରି ପ୍ରସଙ୍ଗରେ ସ୍ଥାନୀୟ ଲୋକେ ରାସ୍ତା ବନ୍ଦ କରିଛନ୍ତି । ସୋନପୁର ବିନିକା ଉର୍ଲେଠାରେ ଥିବା ମୁଖ୍ୟରାସ୍ତାକୁ ଅବରୋଧ କରାଯାଇଛି । ରାସ୍ତା ବନ୍ଦ କରିବାର କାରଣ ହେଉଛି ପୋଲିସ ଚୋରଙ୍କୁ ଖୋଜିବାରେ ବିଫଳ ହୋଇଛି । ଏନେଇ ଟ୍ରଷ୍ଟବୋର୍ଡ ପକ୍ଷରୁ ରାସ୍ତା ରୋକ କରାଯାଇଛି । ଐତିହାସିକ ବିନିକା ଅଂଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରରେ ଅକ୍ଟୋବର ମାସ ୨୨ତାରିଖ ଦିନ ଚୋରି ହୋଇଥିଲା । ଚୋରମାନେ ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ଟଙ୍କା ଚୋରି କରି ପଳାୟନ କରିଥିଲେ । ଏହାପରେ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ଅଶୋକ ପୃଷ୍ଟି ତଥା କମିଟିର କର୍ତ୍ତାମାନେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଚୋର ମାନଙ୍କ ପତାପାଇନି । ମନ୍ଦିରରେ ସିସିଟିଭି ଲାଗି ମଧ୍ୟ ବାରମ୍ବାର ଚୋରି ହେବାରେ ଲାଗିଛି । ଦୁର୍ବୃତ୍ତ ମାନେ ମୁଖା ପିନ୍ଧି ମନ୍ଦିରରେ ଚୋରି କରୁଛନ୍ତି । ତେବେ ଚୋରି ହେବାର ପରଦିନ ପୋଲିସ ତା ଟିମ ସହ ପହଁଚି କୁକୁରକୁ ଅନୁସାନ୍ଧାନରେ ଲଗାଇଥିଲା । ହେଲେ କୌଣସି ତଥ୍ୟ ମିଳି ନଥିଲା । ପ୍ରଥମେ ୨୦୨୧ ମସିହା ଡ଼ିସେମ୍ବର ମାସରେ ମନ୍ଦିରରୁ ସୁନା ,ରୁପା ଅଳଙ୍କାର ମାନ ଚୋରି ହୋଇଥିଲା । ହେଲେ ଦୁଃଖର କାରଣ ହେଉଛି ଯେ, ଚୋର କି ଚୋରିହୋଇଥିବା ଜିନିଷ ମିଳି ନଥିଲା । ଏହି ଅଭିଯୋଗର କେସକୁ ପୋଲିସ ମାନେ କ୍ଲୋଜ କରିଦେଇଥିଲେ । ଏଥିରେ ଜନଅସନ୍ତୋଷ ପ୍ରକାଶ ପାଇଥିଲା ।

ବର୍ତ୍ତମାନ ମନ୍ଦିରର ଚୋରିକୁ ନେଇ ପୋଲିସ ମାନେ ଚୁପ ହୋଇ ବସିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ମନ୍ଦିରରେ ବାରମ୍ବାର ଚୋରି ହେବାରେ ଲାଗିଥିବା ବେଳେ ମନ୍ଦିର ପ୍ରତି ପୋଲିସର କଡା ସୁରକ୍ଷା ମିଳୁନାହିଁ । ପୋଲିସର ଏହି ଅବହେଳା ପାଇଁ ଉତ୍ୟକ୍ତ ଜନତା ରାସ୍ତା ଅବରୋଧ କରିଛନ୍ତି । ଏହାଦ୍ୱାରା ସେଠାକାର ଯାତାୟତ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.