fbpx

ମେୟୋନିଜ ଖାଉଥିବା ବ୍ୟକ୍ତି ଭୋଗିବେ ଏହି ସମସ୍ୟା, ଆଜିଠୁ ସତର୍କ

ମେୟୋନିଜ ଏହା ଏକ ଏଭଳି ଫୁଡ୍ ଆଇଟମ୍, ଯାହା ଖାଦ୍ୟର ସ୍ୱାଦକୁ ଆହୁରି ବଢ଼ାଇ ଦିଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କର ଏହା ଫେଭରେଟ୍ । ମୋମୋ ଠାରୁ ଆରମ୍ଭ କରି ପାସ୍ତା, ବର୍ଗର ଓ ପିଜା ସବୁଥିରେ ଏହି ମେୟୋନିଜକୁ ଖାଇବା ପାଇଁ ପସନ୍ଦ କରନ୍ତି ଲୋକେ । ଆଜିକାଲି, ଯଦି ବର୍ଗର, ପିଜା କିମ୍ବା ଅନ୍ୟାନ୍ୟ ବାହ୍ୟ ଖାଦ୍ୟ ସହିତ ମେୟୋନିଜକୁ ନ ପରସା ଯାଏ ତେବେ ଖାଦ୍ୟର ସ୍ୱାଦ ଫିକା ଲାଗେ । ମେୟୋନିଜ ଦେଖିବାକୁ ଏକ କ୍ରିମ ଭଳି, ଯାହାକୁ ତେଲ, ଅଣ୍ଡାର ହଳଦିଆ ଅଂଶ, ଭିନେଗାର, ଲୁଣ କିଛି ମସଲାରେ ତିଆରି କରାଯାଏ । ତେବେ ଏହି ମେୟୋନିଜ ପାଟିକୁ ଯେତିକି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ସେତିକି ହାନିକାରକ । ଏଥିପାଇଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗର ସାମ୍ନା କରିବାକୁ ପଡିପାରେ । ମେୟୋନିଜ ଖାଉଥିବା ବ୍ୟକ୍ତି ଭୋଗିବେ ଏହି ସମସ୍ୟା

– ସୁଗାର ତଥା ଡାଏବେଟିସ୍ ଥିବା ବ୍ୟକ୍ତି ମେୟୋନିଜ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏହା ଶରୀରର ବ୍ଲଡ ସୁଗାର ସ୍ତରକୁ ବଢ଼ାଇ ଦିଏ ।

– ସାଧାରଣତଃ ୫ରୁ ୧୧ ବର୍ଷର ପିଲାଙ୍କ ମଧ୍ୟରେ ମେଦବହୁଳତ ବେଶ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ପଛର କରଣ ଜଙ୍କ ଫୁଡ୍ । ପିଲାମାନେ ଏହି ପ୍ରକାର ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଏହାକୁ ଖାଇବା ଦ୍ୱାରା ମୋଟାପଣର ଶିକାର ହୁଅନ୍ତି । ତେଣୁ ପିଲାଙ୍କୁ ଅଧିକ ମେୟୋନିଜ ଖାଇବା ଠାରୁ ଦୂରେଇ ରଖିବା ଉଚିତ ।

– ମେୟୋନିଜ ଖାଇବା ଯୋଗୁ ହାଇ କୋଲେଷ୍ଟ୍ରଲ ସମସ୍ୟା ବଢ଼ିବାରେ । ବିଶେଷଜ୍ଞ କହିବାକୁ ମୁତାବକ, ଏଥିରେ ଥିବା ଚର୍ବି ଅଂଶ ଶିରାପ୍ରସିାରେ ଯାଇ ଜମା ହୋଇଥାଏ ଏବଂ ଏହା ହାଇ କୋଲେଷ୍ଟ୍ରଲ ସମସ୍ୟା ସୃଷ୍ଟି କରିଥାଏ ।

Get real time updates directly on you device, subscribe now.