fbpx

Personality Development: କନଫିଡେଣ୍ଟ୍ ଲୁକ୍ ପାଇଁ ଆପଣାନ୍ତୁ ଏହି ଟିପ୍ସ…

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ହାସଲ କରିବା ପାଇଁ କନଫିଡେଣ୍ଟ ରହିବା ଆବଶ୍ୟକ ହୋଇଥାଏ । ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ମାନ, ସମ୍ମାନ ଓ ପ୍ରତିଷ୍ଠା ବଜାୟ ରଖିବା ପାଇଁ ପ୍ରତି କ୍ଷେତ୍ରରେ ଆତ୍ମବିଶ୍ୱାସୀ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ । ଅଧିକାଂଶ କ୍ଷେତ୍ରରେ ଦେଖାଯାଇଛି ଯେ ଆତ୍ମବିଶ୍ୱାସ ଅଭାବରେ ବ୍ୟକ୍ତି ଜଣଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଛୋଟ ବେଳୁ ପିଲାଙ୍କ କୋମଳ ମନରେ ନକାରାତ୍ମକ ଚିନ୍ତାଧାରା, ସାମାଜିକ ବନ୍ଧନ ଇତ୍ୟାଦି ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସରେ ଅଭାବ ଦେଖାଦେଇଥାଏ । ତେବେ ଜୀବନରେ Personality Developmentରେ ସହାୟକ ହୋଇଥାଏ ଏହି ସବୁ ଟିପ୍ସ…

୧. କମୁ୍ୟନିକେସନ୍ ସ୍କିଲ୍: Personality Development ପାଇଁ କମୁ୍ୟନିକେସନ୍ ସ୍କିଲ୍ ଜରୁରୀ ଅଟେ । ଜନସମ୍ପର୍କ ବୃଦ୍ଧି ହେବା ଫଳରେ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ଳୋକଙ୍କ କଥାକୁ ଧ୍ୟାନର ସହ ଶୁଣିବା, ଆଖିରେ ଆଖି ମିଶାଇ କଥା ହେବା, କଥା ହେବା ସମୟରେ ବାକ୍ ସଂଯମତା ବଜାୟ ରଖିବା ଇତ୍ୟାଦି ଦିଗ୍ ଉପରେ ଗୁରୁତ୍ୱ ଦିଅନ୍ତୁ ।

୨. ବଡି ଲାଙ୍ଗୁ୍ୟଏଜ୍: Personality Developmentରେ Body Language ବ୍ୟକ୍ତି ବିଷୟରେ ଅନେକ କିଛି କହିଥାଏ । ଆପଣଙ୍କ ମଧ୍ୟରେ କେତେ ଆତ୍ମବିଶ୍ୱାସ ରହିଛି Body Language ଏହାର ଏକ ପ୍ରମାଣ ଅଟେ । ଆପଣଙ୍କ ଚାଲିବା, ବସିବା, କଥା ହେବା, ହସିବା ଇତ୍ୟାଦି ଲକ୍ଷଣ ବଡି ଲାଙ୍ଗୁ୍ୟଏଜକୁ ସୂଚାଇଥାଏ । ଏହା ଦ୍ୱାରା ସାମ୍ନା ପକ୍ଷକୁ ଆପଣଙ୍କ କଥାକୁ ସହଜରେ ବୁଝିପାରେ । ତେବେ ପରିସ୍ଥିତି ଅନୁସାରେ ନିଜ ବଡି ଲାଙ୍ଗୁଏଜ ଉପରେ ଧ୍ୟାନ ଦିଅନ୍ତୁ ।

୩. ପୋଷାକ ପରିଧାନ: କଥାରେ ଅଛି ଫାଷ୍ଟ୍ ଇମ୍ରେସନ୍ ଇଜ୍ ଦି ଲାଷ୍ଟ୍ ଇମ୍ପ୍ରେସନ୍ । ଯେକୌଣସି କ୍ଷେତ୍ରରେ ଲୋକମାନେ ପ୍ରଥମେ ଆପଣଙ୍କ ପୋଷାକ ପରିଧାନକୁ ଗୁରୁତ୍ୱ ଦେଇଥାନ୍ତି । ତେଣୁ ନିଜକୁ କନଫିଡେଣ୍ଟ ଲୁକ୍ ଦେବା ପାଇଁ ବେଶି ଢ଼ିଲା ଓ ଟାଇଟ୍ ପୋଷାକ ପରିଧାନ କରିବା ଠାରୁ ଦୂରେଇ ରୁହନ୍ତୁ ।

୪. ଖୁସି ଓ ସକାରାତ୍ମକ ଚିନ୍ତାଧାରା: ଅଧିକାଂଶ କ୍ଷେତ୍ରରେ ଖୁସ ମିମଜାଜୀ ଏବଂ ସକାରାତ୍ମକ ଚିନ୍ତାଧାରା ରଖୁଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ଏଭଳି ଲୋକଙ୍କ ସହ କାମ କରିବା ଦ୍ୱାରା ଆନନ୍ଦ ଅନୁଭବ ହୋଇଥାଏ । ତେଣୁ ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ ।

୫. ଇଣ୍ଟେରେଷ୍ଟ ଡେଭେଲପ: ବେଳେ ବେଳେ କ୍ୟାରିୟର ନିଶାରେ ଆମେ ନିଜ ଭିତରେ ଥିବା ଦକ୍ଷତାକୁ ଏତେଟା ଗୁରୁତ୍ୱ ଦେଇନଥାଉ । ଫଳରେ ଚିଡ଼ଚିଡ଼ି, କ୍ରୋଧ, ଏକଲାପଣ କବଳରେ ବ୍ୟକ୍ତିକୁ ସଂଘର୍ଷ କରିବାକୁ ପଡ଼ିଥାଏ । ଆମ ଖାଲି ସମୟରେ ନିଜ ଭିତରେ ଥିବା ଇଟ୍ରେଷ୍ଟ ପ୍ରତି ମନ ନିବେଶ କରିବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ଅବସାଦରୁ ମୁକ୍ତି ଦେଇଥାଏ । ଯଦି ଆପଣଙ୍କ ପାଖରେ ଏମିତି କିଛି ଇଣ୍ଟ୍ରେଷ୍ଟ ନାହିଁ ବୋଲି ଭାବୁଛନ୍ତି ତେବେ ଆପଣଙ୍କ ପସନ୍ଦର କାର୍ଯ୍ୟ ପ୍ରତି ରୁଚି ବୃଦ୍ଧି କରିବା ବିଷୟରେ ପ୍ରୟାସ କରନ୍ତୁ ।

୬. ଅପଡେଟ୍ ରୁହନ୍ତୁ: ଆଜିକାଲି ଅପଡେଟ୍ ରହିବା ବହୁତ ଆବଶ୍ୟକ ହୋଇଯାଇଛି । ଏହା ଦାରା ଲୋକମାନେ ଆପଣଙ୍କ ଜ୍ଞାନର ପରିସୀମାକୁ ପରଖିଥାନ୍ତି । ଏହା ଆପଣଙ୍କ ବ୍ୟକ୍ତିତ୍ୱ ବିକାଶରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

 

Get real time updates directly on you device, subscribe now.