fbpx

ରାଜଧାନୀବାସୀଙ୍କ ପାଇଁ ଡଗ୍ ରୁଲ୍:୫୦୦ ଟଙ୍କା ଦେଇ କରିବେ ପଞ୍ଜିକରଣ, ନିୟମ ନମାନିଲେ ମାଲିକ ଭୋଗିବେ ଆଇନଦଣ୍ଡ

ଭୁବନେଶ୍ୱର: ସହରରେ ରଖାଯାଉଥିବା ଏବଂ ରହୁଥିବା କୁକୁରମାନଙ୍କୁ ନେଇ କରାଯିବାକୁ ଯାଉଛି ସ୍ୱତନ୍ତ୍ର ଉପବିଧି । ଏଥିରେ କୁକରମାନଙ୍କର ପଞ୍ଜୀକରଣ ଏବଂ ଉପଯୁକ୍ତ ନିୟନ୍ତ୍ରଣ ବାବଦରେ ଲିଖିତ ନିର୍ଦ୍ଦେଶାବଳୀକୁ ମାନିବେ ସହରବାସୀ ।

ଆଜି ଅପରାହ୍ନରେ ଏହି ଉଦ୍ଦ୍ୟେଶରେ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ । ଭୁବନେଶ୍ୱର ମହାନଗର ନିଗମର (ବି ଏମ୍ ସି) ଏକାମ୍ର ସଭାଗୃହରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉକ୍ତ ସଭାରେ ମହାନଗର ନିଗମର କର୍ପୋରେଟର ଯୋଗଦେଇଥିଲେ । ଭୁବନେଶ୍ୱରରେ ଦିନକୁଦିନ କୁକୁରମାନଙ୍କ ସଂଖ୍ୟା ବୃଦ୍ଧି ପାଇବାଲେ ଲାଗିଛି ।

ଏହାର ସମାଧାନ ସ୍ୱରୁପ ମହାନଗର ନିଗମ କର୍ତୃପକ୍ଷ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଏହାର ମାତ୍ରା ବଢ଼ାଇବା ଏବଂ କୁକୁରଙ୍କ ଲାଗି ଉପୁଜୁଥିବା ସମସ୍ୟାର ସମାଧାନ ନିମନ୍ତେ ପ୍ରଚେଷ୍ଟା ଜାରି ରହିଛି ବୋଲି କହି ଛନ୍ତି ମାନ୍ୟବର ମେୟର ।

ମୁନିସିପାଲ୍ କର୍ପୋରେସନ୍ ଆକ୍ଟ୍ ର ଭାଗ ୪୦୯ ବି ଏବଂ ୫୪୩ ବି ଅନୁଯାୟୀ କୌଣସି ବ୍ୟକ୍ତି କକୁର ପାଳିଲେ ତାଙ୍କୁ ବିଭିନ୍ନ ନିୟମ ମାନିବାକୁ ହେବ । ଯାହାକି ଛୁଆଜନ୍ମ, ଟିକାକରଣ, ବନ୍ଧ୍ୟାକରଣ , ଲାଇସେନ୍ସ୍ ଇତ୍ୟାଦି କରିବାକୁ ହେବ । ତେଣୁ ଏହି ନିୟମକୁ ଲାଗୁକରିବା ପୂର୍ବରୁ କୁକୁର ପୋଷୁଥିବା ବ୍ୟକ୍ତିମାନେ କିପରି ପଞ୍ଜୀକରଣ କରିବେ, ସେମାନଙ୍କ ରହିବାର ସ୍ଥାନ, ବ୍ୟବସ୍ଥା, ସ୍ୱାସ୍ଥ୍ୟ ରକ୍ଷା, କୁକୁରଟିଏ ମରିଯିବାପରେ ତାର ଉପଯୁକ୍ତ ସତ୍କାର ଯାହାକି ଏଣେ ତେଣେ ଫିଙ୍ଗି ନଦେଇ ନିର୍ଦ୍ଧାରିତ ସ୍ଥାନରେ ନିୟମ ଅନୁଯାୟୀ ପୋତିବା, କୁକୁରଟିଏ ରୋଗା ହୋଇଗଲେ ବା ବୁଢ଼ା ହୋଇଗଲେ ତାହାକ ମାଲିକ ବାହାରକୁ ନ ଛାହିବା , କୌଣସି ପ୍ରକାରର ଅନୁସନ୍ଧାନ ବା ସମୀକ୍ଷା ନିମନ୍ତେ ବିଏମସି ନିର୍ଦିଷ୍ଟ ମାଲିକଙ୍କ ଘରକୁ ଯାଇ ପଚରାଉଚରା କରିପାରେ ।

ତେବେ ଏହି ଉପବିଧିରେ ପଞ୍ଜିକରଣକୁ ବାଧ୍ୟତା ମୂଳକ କରାଯାଇଥିବାବେଳେ ପଞ୍ଜିକରଣ ଦେୟ ବାର୍ଷିକ ୫ ଶହ ଟଙ୍କା ରଖାଯାଇଛି ବୋଲି ଆଲୋଚନା କରାଯାଇଥିଲା । ପଞ୍ଜିକରଣର ବିଭିନ୍ନ ନିୟମ ଯାହାକି ପୁନଃ ପଞ୍ଜିକରଣ, କକୁରର ଟ୍ୟାଗ୍ ଏବଂ ପୋଷା କୁକୁରର ନିର୍ଦିଷ୍ଟ ସାବଧାନତା, ଯାହାକି ବେକରେ ଫିତା, ଶିକୁଳି ଇତ୍ୟାଦି ରଖିବା, ବିନା ଟ୍ୟାଗରେ କୁକୁରକୁ ବାହାରକୁ ନ ଆଣିବ, ରାସ୍ତାରେ କୁକୁରକୁ ଝାଡା ନ ଫେରାଇବା ଇଦ୍ୟାଦି ବାବଦରେ ଆଲୋଚନା କରାଯାଇଥିଲା । ଏହା ସାଙ୍ଗକୁ ଖେଳକୁଦ ଇତ୍ୟାଦିରେ କୁକୁରଙ୍କୁ ସାମିଲ କରିବା ଏବଂ ବ୍ୟବସାୟୀକଉଦେଶ୍ୟରେ କୁକୁରମାନଙ୍କୁ ରଖିବାର ସ୍ୱତନ୍ତ୍ର ବିଧି ଏବଂ ଭୟଙ୍କର ତଥା ପାଗଳ କୁକୁରଙ୍କର ନିୟନ୍ତ୍ରଣ ବାବଦରେ ମାଲିକଙ୍କ କର୍ତ୍ତବ୍ୟ କଣ ରହିଛି, ତାହା ମଧ୍ୟ ଆଲୋଚନା ହୋଇଥିଲା ।

ନିୟମ ନମାନିଲେ, ମାଲିକଙ୍କୁ କେଉଁ ପ୍ରକାର ଆଇନର ସମ୍ମୁଖୀନ ହେବାକୁ ହେବ ତାହା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା । ଆଲୋଚନ ମାଧ୍ୟମରେ ଉପସ୍ଥିତ କର୍ପୋରେଟରମାନେ ଉପବିଧିକୁ ନାଗରିକମାନଙ୍କୁ ହିତ ଉଦେଶ୍ୟରେ ଏବଂ କୁକୁର ସ୍ନେହିମାନଙ୍କୁ ସମ୍ମାନ ଦେଇ ଲାଗୁ କରିବା ପାଇଁ କହିଥିବା ବେଳେ କୌଣସି ମାଲିକ ଯେପରି ନିଜ କୁକୁରକୁ ନେଇ ରାସ୍ତା ଅପରିଷ୍କାର ନକରିବେ ସେଥିପ୍ରତି ନଜରଦେବାକୁ କହିଥିଲେ ।

ଅନ୍ୟପକ୍ଷରେ ମାନ୍ୟବର ମେୟର ନାଗରିକମାନଙ୍କୁ ଅନୁରୋଧ ପୂର୍ବକ ଜଣାଇଥିଲେ କି ପାଖରେ ଥିବା ବୁଲାକୁକୁରଟିଏକୁ ଯଦି ଆମେ ପୋଷି ପାରୁଛେ, ତା ହେଲେ ଆମର ପ୍ରାଣୀ ହିତ ମନୋଭାବର ବିକାଶକୁ ଅନ୍ୟମାନେ ଜାଣିପାରିବେ । ବୁଲା କୁକୁରମାନେ ରାସ୍ତା ଉପରେ ଝାଡା ଫେରିବା ସ୍ୱାଭାବିକ । ଅଳିଆ ସହ ଏହାକୁ ମଧ୍ୟ ନିୟମିତ ସଫା କରିବା ଦରକାର ବୋଲି କର୍ପୋରେଟରମାନେ ମତ ଦେଇଥିଲେ । ତେବେ ଏକ ସୁନ୍ଦର ବାତାବରଣ ମଧ୍ୟରେ ଆଜିର ଆଲୋଚନା ସଫଳ ହୋଇଛି ଏବଂ ଆସନ୍ତା କର୍ପୋରେସନ ବୈଠକରେ ଏହି ଉପବିଧି ଗୃହୀତ ହେବ ବୋଲି ଆଶା କରିଛନ୍ତି ମେୟର ଶ୍ରୀମତୀ ଦାସ ।

Get real time updates directly on you device, subscribe now.