fbpx

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍, ଜାଣନ୍ତୁ କେତେ?

ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ-ଡିଜେଲ ଦର ବଢିଛି । ପେଟ୍ରୋଲ ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୪୫ ପଇସା ବୃଦ୍ଧି ପାଇଛି । ଅନଲକ୍-୧ ପରଠାରୁ ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦାମ୍ ଲିଟର ପିଛା ୭୩.୪୦ ଟଙ୍କା ହୋଇଥିବା ବେଳେ ଡିଜେଲ ଦାମ୍ ଲିଟର ପିଛା ୭୧.୬୨ ଟଙ୍କା ହୋଇଛି ।

ତେବେ ଲଗାତାର ୪ ଦିନରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨.୧୪ ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୨.୨୩ ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ମଙ୍ଗଳବାର ଦିନ ପେଟ୍ରୋଲ ଦରରେ ଲିଟର ପିଛା ୫୪ ପଇସା ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୫୮ ପଇସା ବୃଦ୍ଧି ହୋଇଥିଲା । ଅନ୍ୟପଟେ ଅନ୍ତର୍ଜାତିକ ବଜାରରେ କଞ୍ଚା ତୈଳ ଦାମରେ ଗୋଟେ ଦିନର ହ୍ରାସ ପାଇବା ପରେ ପୁଣି ଥରେ ବୃଦ୍ଧି ପାଇଛି। ଏହି କ୍ରମରେ ତେଲର ଦାମ ଆଗକୁ ଆହୁରି ମହଙ୍ଗା ହେବ ବୋଲି ସମ୍ଭାବନା କରାଯାଉଛି ।

ସେହିପରି ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲର ଦାମ ବୃଦ୍ଧି ପାଇ ଲିଟର ପିଛା କ୍ରମଶଃ ୭୩. ୪୦ ଟଙ୍କା, ୭୫. ୩୬ ଟଙ୍କା, ୮୦. ୪୦ ଟଙ୍କା ଏବଂ ୭୭. ୪୩ ଟଙ୍କା ହୋଇଛି। ସେହିପରି ଡିଜେଲର ଦାମ ମଧ୍ୟ ଲିଟର ପିଛା କ୍ରମଶଃ ୭୧.୧୭ ଟଙ୍କା, ୬୭. ୬୩ ଟଙ୍କା, ୭୦.୩୫ଟଙ୍କା ଏବଂ ୭୦.୧୩ଟଙ୍କାକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.