fbpx

କମିଲା ପେଟ୍ରୋଲ ଓ ଡିଜେଲ ଦର: ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କେତେ ଟଙ୍କା କମିଲା

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼କୁ ନେଇ ଦେଶବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ତୈଳ, ରନ୍ଧନ ଗ୍ୟାସ, କ୍ଷୀର, ପରିବା ଦରବୃଦ୍ଧିକୁ ନେଇ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଏହି ମହଙ୍ଗା ମାଡ଼ରୁ ଜନସାଧାରଣଙ୍କୁ ମିଳିଛି ନିସ୍ତାର । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହ୍ରାସ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ହ୍ରାସ କରାଯିବ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୬ ଟଙ୍କା ହ୍ରାସ ହେବ ଏହା ଫଳରେ ପେଟ୍ରୋଲ ଦର ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବ । ଆସନ୍ତାକାଲି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ବିପକ୍ଷ ଦଳଗୁଡ଼ିକ ପକ୍ଷରୁ ତୈଳ ଦର ହ୍ରାସ ନେଇ ବାରମ୍ବାର ଦାବି କରାଯାଉଥିଲା । ଏହି ଅବସରରେ ଅର୍ଥମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଫଳରେ ଏଣିକି ସାଧାରଣ ଜନତାଙ୍କୁ ଏହାର ସୁଫଳ ମିଳିବ । ଏଥିସହିତ ପ୍ଲାଷ୍ଟିକ୍ ଉତ୍ପାଦ ପାଇଁ କଞ୍ଚମାଲ ଉପରୁ ସୀମା ଶୁଳ୍କ ମଧ୍ୟ ହ୍ରାସ କରାଯାଇଛି । ଷ୍ଟିଲର କିଛି କଞ୍ଚାମାଲ ଓ କିଛି ଇସ୍ପାତ ଉତ୍ପାଦ ଉପରୁ ମଧ୍ୟ ଆମଦାନୀ ଶୁଳ୍କ କମାଯିବ ।

Get real time updates directly on you device, subscribe now.