fbpx
BSKY SKY
BSKY SKY

ଆଜି ପୁଣି ବେଲଗାମ୍ ତୈଳ ଦର: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲ କେତେ ବଢ଼ିଲା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୈଳ ଦରରୁ ଜନସାଧାରଣଙ୍କୁ ନିସ୍ତାର ମିଳୁନି । ଇତିମଧ୍ୟରେ ଗତ ୧୩ ଦିନ ମଧ୍ୟରେ ତୈଳ ଦର ୧୧ ଥର ବଢ଼ିଲାଣି । ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଟିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଏହାପରେ ପେଟ୍ରୋଲ ଲିଟର ୧୦୩.୪୧ ଟଙ୍କା ଓ ଡିଜେଲ ଲିଟର ୯୪.୬୭ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ୮୬ ପଇସା ଓ ଡିଜେଲ ୮୫ ପଇସା ବଢ଼ିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୮.୪୧ ଓ ଡିଜେଲ ୧୦୨.୬୪, କୋଲକାତାରେ ପେଟ୍ରୋଲ ୧୧୩.୦୩ ଓ ଡିଜେଲ ୯୭.୮୨, ଚେନ୍ନଇରେ ପେଟ୍ରୋଲ ୧୦୮.୯୬ ଓ ଡିଜେଲ ୯୯.୦୪ ଟଙ୍କାରେ ପହଞ୍ଚିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ୧୨୦.୯୬ ଓ ଡିଜେଲ ୧୦୩.୫୨ ଟଙ୍କାରେ ପହଞ୍ଚିଛି । ସ୍ଥାନୀୟ ଟ୍ୟାକ୍ସକୁ ଆଧାର କରି ବିଭିଭିନ୍ନ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅଲଗା ଅଲଗା ହୋଇଥାଏ । ଚାରିଟି ମହାନଗର ତୁଳନାରେ ମୁମ୍ବାଇରେ ପେଟ୍ରୋଲ-ଡିଜେଲ ଦର ଅଧିକ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.